ଏନଡିଟିଭି ପ୍ରତିଷ୍ଠାତା ପ୍ରଣୟ ରାୟ ମୁମ୍ବାଇ ବିମାନବନ୍ଦରରେ ଅଟକ

ଏନଡିଟିଭି ପ୍ରତିଷ୍ଠାତା ପ୍ରଣୟ ରାୟ ମୁମ୍ବାଇ ବିମାନବନ୍ଦରରେ ଅଟକ

ଏନଡିଟିଭି ପ୍ରତିଷ୍ଠାତା ପ୍ରଣୟ ରାୟ ମୁମ୍ବାଇ ବିମାନବନ୍ଦରରେ ଅଟକ
ମୁମ୍ବାଇ : ବିଦେଶ ଯାତ୍ରାରେ ବାହାରିଥିବା ଏନଡିଟିଭିର ପ୍ରତିଷ୍ଠାତା ପ୍ରଣୟ ରଏ ଓ ତାଙ୍କ ପତ୍ନୀ ରାଧିକା ରଏଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକାଇ ଦିଆଯାଇଛି । ଉଭୟଙ୍କ ନାମରେ ରହିଥିବା ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ କରାଯାଇଥିବା ଅନୁରୋଧ ଆଧାରରେ ସେମାନଙ୍କୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଅଟକ ରଖିଛନ୍ତି । ତେବେ ପ୍ରଣୟଙ୍କ ଅଟକକୁ ଏନଡିଟିଭି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହାକୁ ଗଣମାଧ୍ୟମର କଣ୍ଠରୋଧ ଭାବେ ଏନଡିଟିଭି ବର୍ଣ୍ଣନା କରିଛି । ଟୁଇଟ କରି ଏନଡିଟିଭି ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୧୬ ତାରିଖରେ ଭାରତ ଫେରିବାର ଟିକଟ ତାଙ୍କ ପାଖରେ ଥିବା ସତ୍ତେ୍ୱ ସେମାନଙ୍କୁ ଅଟକ ରଖାଯାଇଛି । ଦୁଇ ବର୍ଷ ତଳେ ଦାୟର ହୋଇଥିବା ମିଛ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିଛି । ସେଥିରେ ପ୍ରଣୟ ଓ ରାଧିକା ସହଯୋଗ କରୁଛନ୍ତି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।