ବିଜେପିର ସଂକଳ୍ପ ପତ୍ର ଉନ୍ମେଚିତ

ବିଜେପିର ସଂକଳ୍ପ ପତ୍ର ଉନ୍ମେଚିତ

ବିଜେପିର ସଂକଳ୍ପ ପତ୍ର ଉନ୍ମେଚିତ
ନୂଆଦିଲ୍ଲୀ: ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ସୋମବାର ନୂଆଦିଲ୍ଲୀଠାରେ ସଙ୍କଳ୍ପ ପତ୍ର ଉନ୍ମୋଚନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସମେତ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଏହି ସଙ୍କଳ୍ପ ପତ୍ର ପ୍ରସ୍ତୁତ କରିଛି। ଏଥିରେ ଦେଶବାସୀଙ୍କ ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ୨୦୧୯ରେ ଦଳ କ୍ଷମତାକୁ ଆସିଲେ କି ପଦକ୍ଷେପ ନେବ ସେ ବିଷୟରେ ଇସ୍ତାହାରରେ ଉଲ୍ଲେଖ କରାଯାଇଛି। - ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ସୁରକ୍ଷା ବଳର ସଶକ୍ତିକରଣ - ଉତରପୂର୍ବାଂଚଳ ରାଜ୍ୟରେ ଅନୁପ୍ରବେଶ ରୋକାଯିବ - ସବୁ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା - କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସାମାଜିକ ସୁରକ୍ଷା ପାଇଁ ୬୦ ବର୍ଷ ପରେ ପେନସନ - କୃଷି ଉପôାଦନ ବୃଦ୍ଧି ପାଇଁ ୨୫ ଲକ୍ଷ କୋଟି ନିବେଶ - ଭାରତ ହେବ ବିଶ୍ୱର ତୃତୀୟ ବୃହତମ ଅର୍ଥନୀତି - ୨୦୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଓ ୨୦୩୨ ସୁଦ୍ଧା ୧୦ ଲକ୍ଷ କୋଟି ଡଲାରର ଅର୍ଥନୀତି ହେବ ଭାରତ - ଭିତିଭୂମି ବିକାଶ କ୍ଷେତ୍ରରେ ୧୦୦ ଲକ୍ଷ କୋଟି ନିବେଶ - ଏମଏସଏମଇ ଉଦ୍ୟୋଗକୁ ୧ ଲକ୍ଷ କୋଟିର କ୍ରେଡ଼ିଟ ଗ୍ୟାରେଂଟି ଯୋଜନା - ୧.୫ ଲକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟେଲିମେଡ଼ିସିନ ଓ ଲାବ ସୁବିଧା - ପ୍ରତି ଜିଲ୍ଲାରେ ମେଡ଼ିକାଲ କଲେଜ - ୨୦୨୨ ସୁଦ୍ଧା ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ - ଦେଶରେ ଏକକାଳୀନ ଲୋକସଭା, ବିଧାନସଭା ଓ ସ୍ଥାନୀୟ ନିକାୟ ନିର୍ବାଚନ - ଉଦ୍ୟୋଗୀଙ୍କୁ ବିନା ବନ୍ଧକରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ - ୨୦୦ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ ସ୍ଥାପନ - ୨୦୨୪ ସୁଦ୍ଧା ଏମବିବିଏସ ଓ ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ସଂଖ୍ୟା ଦୁଇଗୁଣିତ କରାଯିବ - ଭାରତୀୟ ଶିକ୍ଷା ପ୍ରତିଷ୍ଠାନକୁ ବିଶ୍ୱର ୫୦୦ ଶିକ୍ଷା ପ୍ରତିଷ୍ଠାନରେ ସ୍ଥାନୀତ କରାଯିବ - ତିନି ତଲାକ ଓ ନିକାହ ହଲାଲା ଭଳି ପ୍ରଥାକୁ ସମାପ୍ତ କରିବା - ଆୟୂଷ୍ମାନ ଭାରତରେ ସମସ୍ତ ଅଙ୍ଗନବାଡ଼ି ଓ ଆଶା କାର୍ଯ୍ୟକର୍ତାଙ୍କୁ ସାମିଲ କରିବା - ୫୦% ମହିଳା କର୍ମଚାରୀ ରଖିଥିବା ସଂସ୍ଥା ଠାରୁ ସରକାର ୧୦% ଉପôାଦିତ ଦ୍ରବ୍ୟ କ୍ରୟ କରିବେ