ମୋଦି ସରକାରଙ୍କ ବଡ଼ ନିଷ୍ପତି : ହଟିବ ୩୭୦ ଧାରା

ମୋଦି ସରକାରଙ୍କ ବଡ଼ ନିଷ୍ପତି : ହଟିବ ୩୭୦ ଧାରା

ମୋଦି ସରକାରଙ୍କ ବଡ଼ ନିଷ୍ପତି : ହଟିବ ୩୭୦ ଧାରା
ଭୁବନେଶ୍ୱର : ଧାରା ୩୭୦ ହଟିବ । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ସଂକଳ୍ପ ଆଗତ କରିଛନ୍ତି । ଯାହାକୁ ନେଇ ରାଜ୍ୟସଭାରେ ହଙ୍ଗାମା ହେବାରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଗୃହକୁ ମୁଲତବୀ କରିଛନ୍ତି । ମୋଦି ସରକାର ଐତିହାସିକ ନିଷ୍ପତି ନେଇଛନ୍ତି । କାଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ବିଗତ କିଛି ବର୍ଷ ଧରି ଏହି ଧାରା ଉଠିବ କି ନାହିଁ ତାହାକୁ ନେଇ ବିବାଦ ଜାରିରହିଥିଲା । ବିଶେଷକରି ଏହି ଧାରା ହଟାଇବା ପାଇଁ ବିଜେପି ଦାବି କରି ଆସୁଥିଲା । ଏବେ ବିଜେପିର ଏହି ସଂକଳ୍ପକୁ ମୋଦି ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଧାରା ୩୭୦ ସହ ଧାରା ୩୫(ଏ)କୁ ମଧ୍ୟ ଉଚ୍ଛେଦ କରାଯିବ ।