ବିଷ ପିଇ ମା, ପୁଅ ମୃତ

ବିଷ ପିଇ ମା, ପୁଅ ମୃତ

ବିଷ ପିଇ ମା, ପୁଅ ମୃତ
ମାଲକାନଗିରି: ୨ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମା’ । ଏଭଳି ଏକ ଅଭାବନ ଘଟଣା ଘଟିଛି କାଲିମେଳା ଥାନା ତେଲରାଇ ଗ୍ରାମରେ । ତେବେ ମା ଓ ୫ ବର୍ଷର ପୁଅର ମୃତୁ୍ୟ ହୋଇଥିବାବେଳେ ଅନ୍ୟ ଜଣେ ୪ ବର୍ଷର ପୁଅର ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ମୃତ ମହିଳାଙ୍କ ସ୍ୱାମୀ ଗତ ୪ ବର୍ଷ ତଳେ ମୃତୁ୍ୟବରଣ କରିଥିଲେ । ମହିଳାଙ୍କ ୪ଟି ପିଲା ମଧ୍ୟରୁ ୨ ଜଣ ହଷ୍ଟେଲରେ ରହି ପଢୁଛନ୍ତି । ଘରେ ୨ ଛୋଟ ପୁଅଙ୍କୁ ନେଇ ମୃତ ମୁକା ପଡ଼ିଆମୀ ରହୁଥିଲେ । ତେବେ ଦାରିଦ୍ର୍ୟତା ଯୋଗୁଁ ସେ ବିଷ ପିଇଥିବା ପଡେ଼ାଶୀ ସନେ୍ଦହ କରୁଛନ୍ତି ।