ବର୍ଷକରେ ବିଜେପି ହରାଇଛି ୭ ନିଷ୍ଠାପର ରାଜନେତା
ବର୍ଷକରେ ବିଜେପି ହରାଇଛି ୭ ନିଷ୍ଠାପର ରାଜନେତା
admin
Aug 8, 2019 - 06:27
Updated: Aug 8, 2019 - 06:27
ନୂଆଦିଲ୍ଲୀ : ବିଜେପି ଏହାର କିଛି ନିଷ୍ଠାପର ରାଜନେତାଙ୍କ ପାଇଁ ଆଗକୁ ବଢ଼ିଛି ଏବଂ ସଫଳତାର ସ୍ୱାଦ ଚାଖିଛି । କିନ୍ତୁ ଶାସକ ବିଜେପି ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହାର ୭ ଜଣ ନିଷ୍ଠାପର ରାଜନେତାଙ୍କୁ ହରାଇଛି । କିଛି ବ୍ୟକ୍ତିତ୍ୱ ରାଜନୀତିରୁ ଅବସର ନେଇଥିବା ବେଳେ ଆଉ କିଛି ରାଜନେତାଙ୍କର ମୃତ୍ୟୁ ହୋଇଛି । ତେବେ ଗୋଟିଏ ବର୍ଷ ମଧ୍ୟରେ ବିଜେପି ହରାଇଥିବା କିଛି ରାଜନେତା ହେଉଛନ୍ତି
ଅଟଳ ବିହାରୀ ବାଜପେୟୀ: ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ସେ ମଧ୍ୟ ବିଜେପିର ପ୍ରତିଷ୍ଠାତା ସଦସ୍ୟ । ଗତବର୍ଷ ଅଗଷ୍ଟ ୧୬ ତାରିଖରେ ବାଜପେୟୀଙ୍କର ୯୩ ବର୍ଷ ବୟସରେ ମୃତ୍ୟୁ ହୋଇଥିଲେ ।
ମଦନ ଲାଲ ଖୁରାନା: ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଖୁରାନା ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ । ଖୁରାନା ଜନସଂଘରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ବିଜେପିର ଏହି ପୂର୍ବତନ ନେତା ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ । ଗତବର୍ଷ ଅକ୍ଟୋବର ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଅନନ୍ତ କୁମାର: ଦକ୍ଷିଣରୁ ବିଜେପିର ଜଣେ ସୁଦକ୍ଷ ନେତା ଥିଲେ ଅନନ୍ତ କୁମାର । ବେଙ୍ଗାଲୁରୁରୁ ସେ ଅନେକ ଥର ସାଂସଦ ହୋଇଛନ୍ତି । ପ୍ରଥମ ବିଜେପି ସରକାରରେ ସେ ଅଟଳ ବିହାରୀ ବାଜପେୟୀଙ୍କ ଅଧୀନରେ ଜଣେ ମନ୍ତ୍ରୀ ଥିଲେ ଏବଂ ପରେ ସେ ପରେ ନରେନ୍ଦ୍ର ମୋଦିଙ୍କ ଅଧୀନରେ ମନ୍ତ୍ରୀପଦରେ ରହିଲେ । ସେ କର୍କଟ ରୋଗରେ ପୀଡ଼ିତ ହେବା ପରେ ଗତ ବର୍ଷ ନଭେମ୍ବର ୧୨ ରେ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି ।
ବଳରାମ ଦାସ ଟଣ୍ଡନ: ଜନସଂଘର ଅନ୍ୟ ଜଣେ ପ୍ରତିଷ୍ଠାତା ସଦସ୍ୟ ବଳରାମ ଦାସ ଟଣ୍ଡନ ଛତିଶଗଡ଼ର ରାଜ୍ୟପାଳ ଥିବା ସମୟରେ ୨୦୧୮ ଅଗଷ୍ଟ ୧୪ ରେ ସେ ପ୍ରାଣ ହରାଇଛନ୍ତି ।
ମନୋହର ପାରିକର: ଇଞ୍ଜିନିୟରରୁ ରାଜନେତା ପାଲଟିଥିବା ମନୋହର ପାରିକର ମୋଦି ସରକାରଙ୍କ ପ୍ରଥମ ପାଳିରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ସେ ଗୋଆ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ପ୍ରାଣ ହରାଇଛନ୍ତି । ଅନେକ ଦିନର ଅସୁସ୍ଥତା ପରେ ତାଙ୍କର ମାର୍ଚ୍ଚ ୧୭ ତାରିଖ ୨୦୧୯ରେ ମୃତ୍ୟୁ ହୋଇଥିଲା ।
ମଙ୍ଗେ ରାମ ଗର୍ଗ: ୨୦୦୩ ରୁ ୨୦୦୮ ମଧ୍ୟରେ ଗର୍ଗ ଜାତୀୟ ରାଜଧାନୀର ୱାଜିପୁର ନିର୍ବାଚନ ମଣ୍ଡଳୀକୁ ପ୍ରତିିଧ୍ୱନିତ କରିଥିଲେ । ସେ ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ । ଗର୍ଗଙ୍କର ବୟସାଧିକ୍ୟ କାରଣ ହେତୁ ଗତ ବର୍ଷ ଜୁଲାଇରେ ମୃତ୍ୟୁ ହୋଇଥିଲା ।
ସୁଷମା ସ୍ୱରାଜ: ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଗତକାଲି ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଜେପିର ସବୁଠୁ ଲୋକପ୍ରିୟ ନେତ୍ରୀ ସୁଷମା ହରିୟାଣା ସରକାରରେ ସର୍ବକନିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଦିଲ୍ଲୀର ସେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ।