ପୁଣି ଆଉଜଣଙ୍କ ମୁଣ୍ଡ ନେଲା କରୋନା ।

ପୁଣି ଆଉଜଣଙ୍କ ମୁଣ୍ଡ ନେଲା କରୋନା ।

ପୁଣି ଆଉଜଣଙ୍କ ମୁଣ୍ଡ ନେଲା କରୋନା ।
ପୁଣି ଆଉଜଣଙ୍କ ମୁଣ୍ଡ ନେଲା କରୋନା । ଦିଲ୍ଲୀର ଜନକପୁରୀର ଜଣେ ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ତେବେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ଭାରତରେ କରୋନାରେ ଦ୍ୱିତୀୟ ମୁଣ୍ଡ ଗଡ଼ିଥିବା ବେଳେ ଦିଲ୍ଲୀରେ ଏହା ପ୍ରଥମ ଘଟଣା। ପ୍ରାଣ ହରାଇଥିବା ମହିଳାଙ୍କ ଉକ୍ତ ରକ୍ତଚାପ ଓ ଡାଇବେଟିସ୍ ଥିଲା। ବୃଦ୍ଧାଙ୍କ ୪୬ ବର୍ଷୀୟ ପୁଅ ନିକଟରେ ଜାପାନ, ଇଟାଲୀ ଓ ଜେନେଭା ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ତାଙ୍କ ଶରୀରରେ କରୋନା ଭାଇରସ ଥିବା ଜଣାପଡ଼ିଥିଲା। ବୃଦ୍ଧା ଜଣଙ୍କ ତାଙ୍କ ଯୋଗାଯୋଗରେ ଆସି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଉଭୟଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଏବେ ବି ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀରେ ମୋଟ ୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨ ଜଣଙ୍କ ମୃତ୍ୟୁ ପରେ ଦେଶବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।