ଶାଶୁ-ଶ୍ୱଶୁରଙ୍କ ସେବା କଲେ ବୋହୂକୁ ମିଳିବ ପୁରସ୍କାର

ଶାଶୁ-ଶ୍ୱଶୁରଙ୍କ ସେବା କଲେ ବୋହୂକୁ ମିଳିବ ପୁରସ୍କାର

ଶାଶୁ-ଶ୍ୱଶୁରଙ୍କ ସେବା କଲେ ବୋହୂକୁ ମିଳିବ ପୁରସ୍କାର
ଶାଶୁ-ଶ୍ୱଶୁରଙ୍କ ସେବା ପାଇଁ ବୋହୂମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ହରିଆଣାର ଏକ ଅଖ୍ୟାତ ଗାଁରେ ଅଭିନବ ଅଭିଯାନ ଆରମ୍ଭ ହୋଇଛି । ଶାଶୁ-ଶ୍ୱଶୁରଙ୍କ କରିବା, ଭଲମନ୍ଦ ବୁଝିବା ଓ ସେମାନଙ୍କୁ ଉତ୍ତମ ସେବା କରୁଥିବା ବୋହୂମାନଙ୍କୁ ଏଣିକି ପଞ୍ଚାୟତ ପକ୍ଷରୁ ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ୫,୧୦୦ ଟଙ୍କା ପୁରସ୍କାର ମିଳିବ । ହିସାର ଜିଲ୍ଲାର ହଂସୀ ସବଡିଭିଜନ ଅଧୀନରେ ଥିବା ଏହି ଗାଁରେ ନାଁ ଜଗ୍ଗା ବରାଇ । ଗାଁର ପଚାଶ ବର୍ଷ ବୟସ । ବୋହୂ ପୁଷ୍ପା ସୋନୀ ଚଳିତ ବର୍ଷ ପ୍ରଥମ ପୁରସ୍କାର ଜିଣିଛନ୍ତି । ପୁଷ୍ପା ଦୀର୍ଘ ବର୍ଷ ଧରି ଶଯ୍ୟାଶାୟୀ ଶାଶୁଙ୍କ ସେବା ଯତ୍ନ କରିଆସୁଛନ୍ତି ଏବଂ ଗ୍ରାମବାସୀଙ୍କ ସର୍ବସମ୍ମତି କ୍ରମେ ତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଗାଁର ମୋଟ ଲୋକସଂଖ୍ୟା ତିନି ହଜାର । ଅଧିକାଂଶ ବାସିନ୍ଦା ସୋନୀ ଓ ଗୁଜ୍ଜର ସମ୍ପ୍ରଦାୟର । ଶିକ୍ଷିତଙ୍କ ସଂଖ୍ୟା କିଛି କମ ନୁହେଁ । ଏବେ ବି ଗାଁରେ ପାରମ୍ପାରିକ ବିଧି । ପରମ୍ପରା ଓ ପଞ୍ଚାୟତ ବ୍ୟବସ୍ଥାରେ ଥିବା କିଛି ଆଇନ ପ୍ରଚଳିତ । ଗାଁରେ ଆରମ୍ଭ ହୋଇଥିବା ଏହି ନୂଆ ଅଭିଯାନ ଏବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ହେବା ସହ ବିଭିନ୍ନ ବର୍ଗର ଲୋକେ ଏହାକୁ ପ୍ରଶଂସା କରୁଛନ୍ତି ।