୭ ପ୍ରାର୍ଥୀପତ୍ର ନାକଚ : ନିର୍ବାଚନ ମଇଦାନରେ ୫୬ ଜଣ ପ୍ରତିଦ୍ୱନ୍ଦୀ
୭ ପ୍ରାର୍ଥୀପତ୍ର ନାକଚ : ନିର୍ବାଚନ ମଇଦାନରେ ୫୬ ଜଣ ପ୍ରତିଦ୍ୱନ୍ଦୀ
admin
Apr 11, 2019 - 04:40
Updated: Apr 11, 2019 - 04:40
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଓ ଜିଲ୍ଲାର ୫ଟି ବିଧାନସଭା ଆସନ ପାଇଁ ମୋଟ୍ ୬୩ ଜଣ ପ୍ରାର୍ଥର୍ୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବୁଧବାର ଏହି ନାମାଙ୍କନ ପତ୍ର ଗୁଡିକ ତନଖି ସମୟରେ ୭ ଜଣଙ୍କର ପ୍ରାର୍ଥର୍ୀପତ୍ର ନାକଚ ହୋଇଯାଇଛି । ଫଳରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ମୋଟ୍ ୫୬ ଜଣ ପ୍ରାର୍ଥୀ ବିଭିନ୍ନ ଆସନ ପାଇଁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।
ସୂଚନା ଯୋଗ୍ୟ ଯେ ୧୫ - କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ମୋଟ୍ ୯ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । ବୁଧବାରଦିନ ଏହି ନାମାଙ୍କନ ପତ୍ର ଯାଁଚ କରାଯାଇ ରାଷ୍ଟ୍ରୀୟ ଇଣ୍ଡିପେଡେଂଟ୍ ମୋର୍ଚ୍ଚାର ବିଶ୍ୱନାଥ ପ୍ରଧାନ ଏବଂ ବହୁଜନ ସମାଜପାର୍ଟିର ପ୍ରଦୀପ କୁମାର ମଲ୍ଲିକଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି । ଫଳରେ ବିଜୁଜନତା ଦଳର ଅନୁଭବ ମହାନ୍ତି, କଂଗ୍ରେସର ଧରଣୀଧର ନାୟକ, ବିଜେପିର ବୈଜୟନ୍ତ ପଣ୍ଡା, ସମାଜବାଦୀ ପାର୍ଟିର ରବିନ୍ଦ୍ର ନାଥ ବେହେରା, କୃପା ପାର୍ଟିର ଶ୍ରୀକାନ୍ତ ସାମଲ ଏବଂ ସ୍ୱାଧୀନ ପ୍ରାର୍ଥୀ ସନ୍ତୋଷ କୁମାର ଦାସ ଓ ସନ୍ତୋଷ କୁମାର ପାତ୍ରଙ୍କ ନାମ କାଏମ୍ ରହିଛି । ସେହିଭଳି ପାଟକୁରା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୧ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର କାଏମ୍ ରହିଛି । କେନ୍ଦ୍ରାପଡା ସଂରକ୍ଷିତ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଯାଁଚରେ ଆମ୍ବେଦକର ନ୍ୟାସନାଲ୍ କଂଗ୍ରେସର ପ୍ରାର୍ଥୀ ନାରାୟଣ ଚନ୍ଦ୍ର ଦାସଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ଅପରପକ୍ଷରେ ଆଳି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୦ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର କାଏମ୍ ରହିଛି । ସେହିପରି ରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ୍ ଥିଲାବେଳେ ଆମ୍ବେଦକର ନ୍ୟାସନାଲ୍ କଂଗ୍ରେସର ପ୍ରାର୍ଥର୍ୀ ଟୁନି ମଲ୍ଲିକଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି । ମହାକାଳପଡା ବିଧାନସଭା ଆସନ ପାଇଁ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଆମ୍ବେଦକର ନ୍ୟାସନାଲ କଂଗ୍ରେସର ପ୍ରାର୍ଥୀ ପ୍ରମୋଦ କୁମାର ଦାସ, ଓଡିଶା ପ୍ରଗତି ଦଳର ବିଜୟଲକ୍ଷ୍ମୀ ସ୍ୱାଇଁ ଏବଂ ବହୁଜନ ମହାପାର୍ଟିର ସମରେନ୍ଦ୍ର ଜେନାଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଥିବାବେଳେ ୧୦ ଜଣଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି । ୭ ଜଣ ପ୍ରାର୍ଥୀ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ୪୯ ଜଣ ପ୍ରାର୍ଥୀ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।