ପଞ୍ଜାବରେ ବଡ଼ ଆକ୍ରମଣ ଆଶଙ୍କା

ପଞ୍ଜାବରେ ବଡ଼ ଆକ୍ରମଣ ଆଶଙ୍କା

ପଞ୍ଜାବରେ ବଡ଼ ଆକ୍ରମଣ ଆଶଙ୍କା
ପଞ୍ଜାବ : ପଞ୍ଜାବରୁ ଘନ ଘନ ପାକିସ୍ତାନୀ ଡ୍ରୋନ୍ ଚିହ୍ନଟ ହେବାପରେ ଏବଂ ଆତଙ୍କବାଦୀଙ୍କ ନିକଟରେ ପାକିସ୍ତାନୀ ଡ୍ରୋନ୍ ଦ୍ୱାରା ଅସ୍ତ୍ର ପହଞ୍ଚୁଛି ବୋଲି ଜଣାପଡ଼ିବା ପରେ ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଅଛି ବୋଲି ଗୁଇନ୍ଦା ସୂ୍ତ୍ରରୁ ଜଣାପଡ଼ିଛି । ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ପଞ୍ଜାବର ପଠାନକୋଟ୍ ଏବଂ ଗୁରୁଦାସପୁର ଜିଲ୍ଲାରେ ବିଶାଳ ସର୍ଚ୍ଚ୍ ଅପରେସନ୍ ଆରମ୍ଭ ହୋଇଛି । ଏଡିପି ଈଶ୍ୱର ସିଂହ, ଏଡିଜିପି ରାକେଶ ଚନ୍ଦ୍ରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସର୍ଚ୍ଚ୍ ଅପରେସନରେ ୫,୦୦୦ରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି । ଅନ୍ୟପକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଠାନକୋଟ୍ ଏବଂ ଗୁରୁଦାସପୁରରେ ପ୍ରତ୍ୟେକ ହସ୍ପିଟାଲକୁ ଜରୁରୀ ଭିତ୍ତିରେ ଅତି କମରେ ୮ଟି ବେଡ୍ ଏମର୍ଜେନ୍ସି ପାଇଁ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ତେବେ ଡିଜିପି ଦିନକର ଗୁପ୍ତା କହିଛନ୍ତି, ବିଶାଳ ସଚ୍ଚର୍୍ ଅପରେସନ୍ ଆରମ୍ଭ ହେବାର ପ୍ରମୁଖ ଲକ୍ଷ୍ୟ ହେଉଛି, ପଞ୍ଜାବରେ ସବୁକିଛି ଠିକ୍ ଅଛି ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା । ଏହାଦ୍ୱାରା ସାଧାରଣ ଲୋକ ଭୟମୁକ୍ତ ହୋଇପାରିବେ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ପଞ୍ଜାବ ପୁଲିସ ମୁଖ୍ୟ ଦିନକର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ବାୟୁସେନା, ସାମରିକ ଗୁଇନ୍ଦା, ବିଏସଏଫ୍, ଏବଂ ଏନ୍ଆଇଏ ଅଧିକାରୀମାନେ ଯୋଗ ଦେଇଥିଲେ । ପଞ୍ଜାବରେ ବିଶାାଳ ସର୍ଚ୍ଚ୍ ଅପରେସନ୍ ଆରମ୍ଭ କରିବାପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।