ସାଉଦିରେ ଭାରତୀୟଙ୍କୁ ବଳପୂର୍ବକ ଗୋମାଂସ ଖୁଆଇଲେ ନିଯୁକ୍ତିଦାତା

ସାଉଦିରେ ଭାରତୀୟଙ୍କୁ ବଳପୂର୍ବକ ଗୋମାଂସ ଖୁଆଇଲେ ନିଯୁକ୍ତିଦାତା

ସାଉଦିରେ ଭାରତୀୟଙ୍କୁ ବଳପୂର୍ବକ ଗୋମାଂସ ଖୁଆଇଲେ ନିଯୁକ୍ତିଦାତା
ନୂଆଦିଲ୍ଲୀ: ସାଉଦି ଆରବରେ କାର୍ଯ୍ୟ କରୁଥିବା ଜଣେ ଭାରତୀୟ ମାଣିକ ଚଟ୍ଟୋପାଧ୍ୟୟଙ୍କୁ ବଳପୂର୍ବକ ଗୋମାଂସ ଖାଇବାକୁ ବାଧ୍ୟ କରାଯାଇଛି । ଭାରତୀୟ ଜଣକ ଯେଉଁ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ସେଠାକାର ନିଯୁକ୍ତିଦାତା ଏଭଳି କାର୍ଯ୍ୟ କରିଛନ୍ତି । ଏନେଇ ସେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସେବା ପରିଚାଳନା ବ୍ୟବସ୍ଥାକୁ ଟ୍ୱିଟର ଜରିଆରେ ଅଭିଯୋଗ ଜଣାଇଛନ୍ତି । ମାଣିକ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସାଉଦି ଆରବର ଜେଦାହରେ ଏକ କମ୍ପାନୀରେ ରେଷୋୟା କାର୍ଯ୍ୟ ପାଇଁ ତାଙ୍କୁ ଚାକିରି ମିଳିଥିଲା । ଫଳରେ ସାଉଦି ଆରବ ଯାଇଥିଲେ । ମାତ୍ର ସେଠାରେ ପହଂଚିବା ପରେ ତାଙ୍କୁ ଖାଦ୍ୟ ପରସିବା କାର୍ଯ୍ୟ କରିବାକୁ କୁହାଯାଇଥିଲା । କିନ୍ତୁ ଏହା ତାଙ୍କ ଧର୍ମ ବିରୋଧୀ ହୋଇଥିବାରୁ ସେ ମନା କରିଥିଲେ । ଫଳରେ ତାଙ୍କୁ ନିଯୁକ୍ତି ଦେଇଥିବା ମାଲିକ ତାଙ୍କୁ ବଳପୂର୍ବକ ଗୋମାଂସ ଖୁଆଇଥିଲେ ବୋଲି ମାଣିକ ଅଭିଯୋଗ କରିଛନ୍ତି । ଏପରି ଧର୍ମ ବିରୋଧୀ କାର୍ଯ୍ୟ ଯୋଗୁଁ ସେ ଅପମାନିତ ଏବଂ ମାନସିକ ପାଇଥିବା ଦର୍ଶାଇଛନ୍ତି ।