ମୁଖ୍ୟମନ୍ତ୍ରୀଙ୍କ ପୋଷା କୁକୁରର ମୃତ୍ୟୁ, ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ମୁଖ୍ୟମନ୍ତ୍ରୀଙ୍କ ପୋଷା କୁକୁରର ମୃତ୍ୟୁ, ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ମୁଖ୍ୟମନ୍ତ୍ରୀଙ୍କ ପୋଷା କୁକୁରର ମୃତ୍ୟୁ, ଡାକ୍ତରଙ୍କ ନାଁରେ ମାମଲା ରୁଜୁ
ହାଇଦ୍ରାବାଦ: ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ସରକାରୀ ବାସଭବନ ପ୍ରଗତି ଭବନରେ ଗୋଟିଏ କୁକୁରର ମୃତ୍ୟ ପରେ ହାଇଦ୍ରାବାଦ ପୁଲିସ ଜଣେ ପଶୁ ଚିକିତ୍ସିକଙ୍କ ବିରୋଧରେ ମାମାଲ ରୁଜୁ କରିଛି । ଡାକ୍ତରଙ୍କ ବିରୋଧରେ ଦାୟିତ୍ୱହୀନତା ଏବଂ କର୍ତ୍ତବ୍ୟରେ ଅବହେଳା ମାମଲାର ଅଭିଯୋଗ ହୋଇଛି । ଡାକ୍ତର ରଞ୍ଜିତ ଏବଂ ଅନ୍ୟ ଜଣେ ଘରୋଇ ଚିକିତ୍ସାଳୟର ପ୍ରଭାରୀଙ୍କ ବିରୋଧରେ ବଞ୍ଜାର ହିଲ୍ସ ଥାନାରେ ମାମଲା ରୁଜୁ କରାଯାଇଛି । ପୁଲିସ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନର ଧାରା ୪୨୯ ଏବଂ ପଶୁ ନିର୍ୟାତନା ନରୋଧକ ଅଧିନିୟମର ଧାରା ୧୧୨ (୪) ଅନୁସାରେ ମାମଲା ରୁଜୁ କରାଯାଇଛି । ହିକ୍କା ନାମର ୧୧ ମାସର କୁକୁର କଥିତ ରୁପରେ ୧୧ ସେପ୍ଟେମ୍ୱରରେ ଡାକ୍ତରଙ୍କ ଦ୍ୱାରା ଇଞ୍ଜେକସନ ଦିଆଯିବା ପରେ ମୃତ୍ୟୁ ହୋଇଥିଲା । ପ୍ରଗତି ଭବନରେ କୁକୁରଙ୍କ ଦେଖରେଖ କରୁଥିବା ଅସିଫ ଅଲ୍ଲୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଏହା ରହିଛି ଯେ ଡାକ୍ତରଙ୍କ ଅବହେଳା ପାଇଁ କୁକୁରର ମୃତ୍ୟୁ ହୋଇଛି ।