ଅରୁଣାଚଳ ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଅରୁଣାଚଳ ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଅରୁଣାଚଳ ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ
ଗୌହାଟି: ଅରୁଣାଚଳ ପ୍ରଦେଶର ଜଣେ ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ଡାକ୍ତର । ପୂର୍ବ କାମେଙ୍ଗ ଜିଲ୍ଲା ଅଧୀନସ୍ଥ ବାମେଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବା ଗୋରୁକ ପୋରତୁଙ୍ଗଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ବାମେଙ୍ଗ ପିଏଚସିର ଜଣେ ମହିଳା ଡାକ୍ତର ଅଭିଯୋଗ କରିଛନ୍ତି ଯେ ଗତ ଅକ୍ଟୋବର ୧୨ ତାରିଖରେ ବିଧାୟକ ଗୋରୁକ ତାଙ୍କ ଇଟାନଗର ସ୍ଥିତ ଏକ ହୋଟେଲକୁ ଡାକିଥିଲେ । ବାମେଙ୍ଗ ପିଏଚସି (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ସଂକ୍ରାନ୍ତରେ ଆଲୋଚନା ପାଇଁ ବିଧାୟକ ଜଣଙ୍କ ତାଙ୍କୁ ଡାକିଥିବା କହିଥିଲେ । ବିଧାୟକଙ୍କ କଥା ମାନି ଡାକ୍ତର ଜଣଙ୍କ ସେଠାରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ବିଧାୟକଙ୍କୁ ଏକା ଦେଖି ସେ ଚମକି ପଡ଼ିଥିଲେ । ସେ ରୁମ ବାହାରେ ରହିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଧାୟକ ଜଣଙ୍କ ତାଙ୍କୁ ରୁମ୍ ଭିତରକୁ ଡାକି ନେଇ କବାଟ ଦେଇ ଦେଇଥିଲେ । ମଦରେ ନିଶା ନେଇ ସେ ଡାକ୍ତରଙ୍କୁ ପ୍ରଥମେ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ ଏବଂ ପରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ପୁଲିସ ଏ ନେଇ ବିଧାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅନ୍ୟ ପକ୍ଷେ ବିଧାୟକ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଏହା ୨ ଜଣଙ୍କ ମିଳିତ ବୁଝାମଣାରେ ହୋଇଥିଲା । ପୁଲିସ ଉକ୍ତ ମାମଲାର ତଦନ୍ତ ଜାରି ରଖିଛି ।