କମଳନାଥଙ୍କ ପୁତୁରା ରତୁଲ ପୁରୀଙ୍କ ୩୦୦ କୋଟି ଟଙ୍କାର ସମ୍ପତ୍ତି ଜବତ

କମଳନାଥଙ୍କ ପୁତୁରା ରତୁଲ ପୁରୀଙ୍କ ୩୦୦ କୋଟି ଟଙ୍କାର ସମ୍ପତ୍ତି ଜବତ

କମଳନାଥଙ୍କ ପୁତୁରା ରତୁଲ ପୁରୀଙ୍କ ୩୦୦ କୋଟି ଟଙ୍କାର ସମ୍ପତ୍ତି ଜବତ
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରତୁଲ ପୁରୀଙ୍କ ଦିଲ୍ଲୀରେ ଥିବା ୩୦୦ କୋଟି ଟଙ୍କାର ବଙ୍ଗଳା ଓ ୪୦ ବିଲିୟନ ଡଲାରର ଏଫଡିଆଇ ଆଜି ଆୟକର ବିଭାଗ ଦ୍ୱାରା ଜବତ କରାଯାଇଛି । ରତୁଲ ପୁରୀଙ୍କ ବିରୋଧରେ ବେନାମୀ ସମ୍ପତ୍ତି ନିରୋଧ ଆଇନ ଅଧୀନରେ ତଦନ୍ତ ଜାରି ରହିଥିବା ବେଳେ ଆୟକର ବିଭାଗ ଦ୍ୱାରା ତାଙ୍କ ସମ୍ପତ୍ତି ଜବତ କରାଯାଇଛି । ରତୁଲ ପୁରୀଙ୍କ ବିରୋଧରେ ଏହା ଦ୍ୱିତୀୟ ଆୟକର କାର୍ଯ୍ୟାନୁଷ୍ଠାନ । ଅଗଷ୍ଟ ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ରତୁଲ ପୁରୀଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।