ଏକେ-୪୭ ଜବତ; ବିଧାୟକ ଗିରଫ

ଏକେ-୪୭ ଜବତ; ବିଧାୟକ ଗିରଫ

ଏକେ-୪୭ ଜବତ; ବିଧାୟକ ଗିରଫ
ପାଟନା : ବିହାରର ସ୍ୱାଧୀନ ବିଧାୟକ ଅନନ୍ତ ସିଂହଙ୍କୁ ଶନିବାର ଗିରଫ କରାଯାଇଛି । ବିଧାୟକଙ୍କ ଘରୁ ପୁଲିସ ଚଢ଼ାଉ ବେଳେ ଗୋଟିଏ ଏକେ-୪୭ ରାଇଫଲ, ମାଗାଜିନ ଓ ଗୁଳି ଜବତ ହେବା ପରେ ତାଙ୍କୁ ଗିରଫ କରାଯାଇଛି । ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ (ୟୁଏପିଏ) ଅଧୀନରେ ବିଧାୟକଙ୍କୁ ଗିରଫ କରାଯାଇଛି । ଏହା ସହିତ ବିହାର ଅସ୍ତ୍ରଶସ୍ତ୍ର ଆଇନ, ବିସ୍ଫୋରକ ଆଇନ ଓ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ ଅନୁଯାୟୀ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ବିଧାୟକ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି । ଶୁକ୍ରବାର ବିଧାୟକଙ୍କ ପୈତୃକ ଗ୍ରାମ ବଧ ଥାନା ଅନ୍ତର୍ଗତ ନୱଡା ଗ୍ରାମରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଏହି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଗ୍ୟାଙ୍ଗଷ୍ଟାରରୁ ବିଧାୟକ ହୋଇଥିବା ଅନନ୍ତ ଘରେ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ନେଇ ସୂଚନା ମିଳିବା ପରେ ପୁଲିସ ଚଢ଼ଉ କରିଥିଲା ।