ଅରୁଣ ଜେଟଲୀଙ୍କ ଦେହାନ୍ତ

ଅରୁଣ ଜେଟଲୀଙ୍କ ଦେହାନ୍ତ

ଅରୁଣ ଜେଟଲୀଙ୍କ ଦେହାନ୍ତ
ନୂଆଦିଲ୍ଲୀ: ପରଲୋକରେ ଅରୁଣ ଜେଟଲୀ । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଜେଟଲୀ ଅର୍ଥମନ୍ତ୍ରୀ ଥିଲେ । ମୋଦିଙ୍କ ପ୍ରଥମ ଦଫା ମନ୍ତ୍ରିମଣ୍ଡଳରେ ଜେଟଲୀ ଅର୍ଥମନ୍ତ୍ରୀ ଥିଲେ । ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ବି ଜେଟଲୀ ମନ୍ତ୍ରୀ ଥିଲେ । ୨୦୦୩-୦୪ ମଧ୍ୟରେ ଜେଟଲୀ ଆଇନ ମନ୍ତ୍ରୀ ଥିଲେ । ୧୯୯୯ରୁ ୨୦୦୦ ପର୍ଯ୍ୟନ୍ତ ଜେଟଲୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ । ୨୦୦୦-୦୨ ଓ ୨୦୦୩-୦୪ ମଧ୍ୟରେ ସେ ଆଇନମନ୍ତ୍ରୀ ଥିଲେ । ସୁପ୍ରିମକୋର୍ଟରେ ସେ ଜଣେ ଖ୍ୟାତନାମା ଆଇନଜୀବୀ ମଧ୍ୟ ଥିଲେ । ୧୯୫୨ ମସିହା ଡିସେମ୍ବର ୨୮ରେ ଅରୁଣ ଜେଟଲୀ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ମହାରାଜ କିଶେନ ଜେଟଲୀ ଜଣେ ଓକିଲ ଥିଲେ । ସେଂଟ ଜାଭିୟରସ ସ୍କୁଲରୁ ଶିକ୍ଷାରମ୍ଭ କରିଥିବା ଜେଟଲୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ । ସେହି ସମୟରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ଉଦୀୟମାନ ଛାତ୍ରନେତା ଭାବେ ଉଭା ହୋଇଥିଲେ । ୧୯୭୪ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଜଣେ ଓକିଲ ଭାବେ ସେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବେଶ ପ୍ରତିଷ୍ଠା ଅର୍ଜନ କରିପାରିଥିଲେ । ୧୯୯୧ରେ ସେ ବିଜେପିର କାର୍ଯ୍ୟକାରୀ କମିଟିରେ ସାମିଲ ହେବା ସହ ଦଳରେ ନିଜର ଦବଦବା ଜାହିର କରିଥିଲେ । ବାଜପାୟୀଙ୍କ ସରକାରରେ ଜେଟଲୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ବାଜପେୟୀ ଓ ଆଡ଼ଭାନୀଙ୍କ ଅମଳରେ ଜେଟଲୀ ଓ ସୁଷମା ସ୍ୱରାଜ ବିଜେପିର ଟାଣୁଆ ନେତା ଭାବେ ପରିଗଣିତ ହେଉଥିଲେ । ରାଜ୍ୟସଭାରେ ଜେଟଲୀ ଓ ଲୋକସଭାରେ ସୁଷମା ବିଜେପିର ମଙ୍ଗୁଆଳ ସାଜିଥିଲେ । ମୋଦି ସରକାରରେ ବି ଜେଟଲୀ କ୍ଷମତାଶାଳୀ ମନ୍ତ୍ରୀ ଭାବେ ପରିଗଣିତ ହେଉଥିଲେ । ୧୯୮୨ରେ ଜେଟଲୀ ଜାମ୍ମୁକାଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ଗିରଧାରୀ ଲାଲ ଡୋଗ୍ରାଙ୍କ ଝିଅଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ସନ୍ତାନ ରୋହନ ଓ ସୋନାଲି ଆଇନଜୀବୀ ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି ।