‘ମୋଦୀଙ୍କ ୧୫ ଲକ୍ଷ ପ୍ରତିଶ୍ରୁତି କୁଆଡେ ଗଲା’

‘ମୋଦୀଙ୍କ ୧୫ ଲକ୍ଷ ପ୍ରତିଶ୍ରୁତି କୁଆଡେ ଗଲା’

‘ମୋଦୀଙ୍କ ୧୫ ଲକ୍ଷ ପ୍ରତିଶ୍ରୁତି କୁଆଡେ ଗଲା’
ନୂଆଦିଲ୍ଲୀ: ବିଜେପି ୨୦୧୪ ନିର୍ବାଚନ ସମୟରେ କ୍ଷମତାକୁ ଆସିଲେ ପ୍ରତ୍ୟେକ ନାଗରିକଙ୍କ ବ୍ୟାଙ୍କ ଏକାଉଂଟରେ ୧୫ ଲକ୍ଷ ଟଙ୍କା ଜମା ହେବ ବୋଲି ଦେଇଥିବା ପ୍ରତିଶ୍ରୁତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ବିହାର ଗୟାରେ ମହାମେଂଟ ପାଇଁ ନିର୍ବାଚନ ପ୍ରଚାର ଅବସରରେ ରାହୁଲ କହିଛନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ୧୫ ଲକ୍ଷ ଟଙ୍କା ଦେଇ ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତିକୁ ଧ୍ୱଂସ କରିଦେବେ । ସେ କହିଛନ୍ତି ଯେ କଂଗ୍ରେସ ଏହାର ନ୍ୟାୟ ଯୋଜନାରେ ପ୍ରତ୍ୟେକ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦେଲେ ଦେଶର ଅର୍ଥନୀତି ନଷ୍ଟ ହେବେ ନାହିଁ । ବିଜେପି ଭଳି କଂଗ୍ରେସ ମିଥ୍ୟା ପ୍ରତିଶ୍ରୁତି ଦିଏ ନାହିଁ । ବିଦେଶରେ ଗଚ୍ଛିତ କଳାଧନ ଫେରାଇ ଆଣି ଦେଶର ପ୍ରତ୍ୟେକ ନାଗରିକଙ୍କ ବ୍ୟାଙ୍କ ଆକଉଂଟରେ ୧୫ ଲକ୍ଷ ଟଙ୍କା ଜମା କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଏହାକୁ କାର୍ଯ୍ୟକାରୀ କରିପାରି ନାହିଁ । ଅନିଲ ଅମ୍ବାନୀ ,ନୀରବ ମୋଦୀ ଓ ବିଜୟ ମାଲ୍ୟା ଭଳି ବ୍ୟବସାୟୀଙ୍କୁ ବିଜେପି କୋଟି କୋଟି ଟଙ୍କା ଋଣ ଦେଇ ଦେଶକୁ ଦେବାଳିଆ କରିଛି । ମାତ୍ର କଂଗ୍ରେସ ଗରିବଙ୍କୁ ଟଙ୍କା ଦେବ । କଂଗ୍ରେସ ସମାଲୋଚନାର ଶରବ୍ୟ ହେବା ପରେ ଏସମ୍ପର୍କରେ ପ୍ରଥମ ଥର ପାଇଁ ମୁହଁଖୋଲିଛନ୍ତି । ଦଳର ବରିଷ୍ଠ ନେତା ରାଜନାଥ ସିଂହ । ଏକ ଗଣମାଧ୍ୟମ ସଂସ୍ଥାକୁ ମଙ୍ଗଳବାର ସାକ୍ଷାତକାର ଦେଇ ଆଣି ନାଗରିକଙ୍କ ଜମା ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା ଦେବା ସମ୍ପର୍କରେ ଯେଉଁ ଚର୍ଚ୍ଚା ହୋଇଛି ତାହାକୁ ଖଣ୍ଡନ କରିଛନ୍ତି । ଦଳ ଏଭଳି ପ୍ରତିଶ୍ରୁତି ଦେଇ ନଥିଲା ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ କହିଛନ୍ତି । ଏଭଳି କଥା ଆମେ ଆଦୌ କହି ନାହୁଁ ଆମେ କେବଳ ବିଦେଶରେ ଗଚ୍ଛିତ କଳା ଟଙ୍କା ଉପରେ କାର୍ଯ୍ୟାନୁଷ୍ଠାନ ନେବା କଥା କହିଥିଲୁ ଏବଂ ଏ କ୍ଷେତ୍ରରେ ପଦକ୍ଷେପ ନେଇଛୁ । ଏଥିପାଇଁ ଏସଆଇଟି ଗଠନ କରିଛୁ ବୋଲି ରାଜନାଥ କହିଛନ୍ତି । ସେଥିପାଇଁ ଏସଆଇଟି ଗଠନ କରିଛୁ ବୋଲି ରାଜନାଥ କହିଛନ୍ତି । ଏଥିସହିତ ଆୟକର ବିଭାଗ(ଆଇଟି) ଓ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବିଭିନ୍ନ ସ୍ଥାନରେ ବିଶେଷ କରି ବିରୋଧୀ ଦଳ ଦେତା ତଥା ସେମାନଙ୍କ ସମ୍ପର୍କୀୟ ଉପରେ ବ୍ୟାପକ ଚଢାଉ ପଛରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ ବୋଲି ରାଜନାଥ କହିଛନ୍ତି । ଏହି ଦୁଇ ସଂସ୍ଥା ସ୍ୱୟଂଶାସିତ ଓ ସେମାନଙ୍କ କାର୍ଯ୍ୟାନୁଷ୍ଠାନ ପଛରେ ସରକାରୀ ହସ୍ତକ୍ଷେପ ନାହିଁ ।