ଭାରତୀୟ ଟେଷ୍ଟ ଦଳକୁ ଫେରିବେ କେଏଲ୍ ରାହୁଲ
ଭାରତୀୟ ଟେଷ୍ଟ ଦଳକୁ ଫେରିବେ କେଏଲ୍ ରାହୁଲ
admin
Jan 19, 2020 - 04:54
Updated: Jan 19, 2020 - 04:54
ବେଙ୍ଗାଲୁରୁ - ଭାରତୀୟ ଟେଷ୍ଟ ଦଳକୁ ମଧ୍ୟଭାଗ ବ୍ୟାଟସ୍ ମ୍ୟାନ୍ କେଏଲ୍ ରାହୁଲ ପ୍ରତ୍ୟାବର୍ତ୍ତନ କରିବା ଆଶା ସୃଷ୍ଟି ହୋଇଛି । ନୁ୍ୟଜିଲାଣ୍ଡ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ନିମନ୍ତେ ରବିବାର ଭାରତୀୟ ମନୋନୟନକାରୀଙ୍କ ବୈଠକ ଅନୁଷ୍ଠିତ ହେବ । ବୈଠକ ପରେ ଭାରତୀୟ ଦଳ ଘୋଷିତ ହେବାକୁ ଥିବା ବେଳେ ଟେଷ୍ଟ ଦଳକୁ ରାହୁଲ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । କ୍ରମାଗତ ଭାବେ ଭାରତ ତରଫରୁ ଦିନିକିଆ ଓ ଟ୍ୱେଣ୍ଟି ୨୦ ରେ ଭଲ ପ୍ରଦର୍ଶନ କରି ଆସୁଥିବାରୁ ନୁ୍ୟଜିଲାଣ୍ଡ ବିପକ୍ଷ ସିରିଜ ନିମନ୍ତେ ରାହୁଲଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ରାହୁଲ ଭାରତୀୟ ଟେଣ୍ଟି ୨୦ ଓ ଦିନିକିଆ ଦଳର ଜଣେ ନିୟମିତ ସଦସ୍ୟ ହୋଇଥିବା ବେଳେ ଟେଷ୍ଟ ଦଳରେ ବର୍ତ୍ତମାନ ସୁଦ୍ଧା ନିଜ ସ୍ଥାନ ପକ୍କା କରିପାରିନାହାନ୍ତି । କିଛି ଦିନ ତଳେ ଭାରତୀୟ କି୍ରକେଟ ତଳର ଅଧିନାୟକ ବିରାଟ କୋହଲି କହିଥିଲେ ରାହୁଲ ୩ଟି ଯାକ ଫର୍ମାଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟ । ତେଣୁ ତାଙ୍କୁ ନୁ୍ୟଜିଲାଣ୍ଡ ବିପକ୍ଷ ସିରିଜରେ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯିବା ସମ୍ଭାବନା ଅଧିକ । ଏପରି ହେଲେ ପୃଥ୍ୱୀ ସ’ ଓ ଶୁବମାନ ଗିଲ୍ ଟେଷ୍ଟ ଦଳରେ ସାମିଲ ହେବା ଆଶା କମିଯିବ । ସେହିପରି ନୁ୍ୟଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ଦ୍ରୁତ ବୋଲର ନବଦୀପ ସୈନିଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରୁ ଜଣଙ୍କୁ ସ୍ପିନର ଭାବେ ସୁଯୋଗ ମିଳିବାକୁ ଥିବାରୁ କୁଳଦୀପଙ୍କୁ ବାଦ ଦିଆଯିବା ଏକପ୍ରକାର ନିଶ୍ଚିତ । ସେହିପରି ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମନୋନୟନକାରୀଙ୍କ ନଜର ରହିଛି । ଯଦି ପ୍ୟାଣ୍ଡ୍ୟା ଫିଟ ଘୋଷିତ ହୁଅନ୍ତି ତେବେ ସେ ଦିନିକିଆ ଦଳକୁ ଫେରିବା ନିଶ୍ଚିତ । ଯଦି ସେ ଅନଫିଟ ହୁଅନ୍ତି । ତେବେ ସୂର୍ଯ୍ୟକୁମାର ଯାଦବଙ୍କୁ ଦିନିକିଆ ଦଳରେ ସୁଯୋଗ ମିଳିପାରେ । ସେହିପରି କେଦାର ଯାଦବଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେଙ୍କୁ ଭାରତୀୟ ଦିନିକିଆ ଦଳରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ।