ଆଇପିଏଲ୍ ସ୍ପନସରସିପ୍ ଦୌଡରେ ପତଞ୍ଜଳି

ଆଇପିଏଲ୍ ସ୍ପନସରସିପ୍ ଦୌଡରେ ପତଞ୍ଜଳି

ଆଇପିଏଲ୍ ସ୍ପନସରସିପ୍ ଦୌଡରେ ପତଞ୍ଜଳି
ମୁମ୍ବାଇ : ନିକଟରେ ଚୀନ୍ କମ୍ପାନୀ ଭିଭୋ ସହ ଆଇପିଏଲ୍ ସ୍ପନସରସିପ୍ ଚୁକ୍ତି ବିଛିନ୍ନ ହେବା ପରେ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ପୁନର୍ବାର ଟେଣ୍ଡର ଆହ୍ୱାନ କରାଯାଇଛି । ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ ଏହି ଦୌଡରେ ରହିଥିବା ବେଳେ ନୂତନ ଭାବରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ନିଜକୁ ଏହି ତାଲିକାରେ ସାମିଲ କରିଛି । ଦେଶୀ ଉପôାଦ ପାଇଁ ପ୍ରସିଦ୍ଧି ଲାଭ କରିଥିବା ତଥା ଖୁବ କମ ଦିନ ମଧ୍ୟରେ ୧୦ ହଜାର କୋଟି ଟଙ୍କାର କମ୍ପାନୀ ହୋଇ ପାରିଥିବା ପତଞ୍ଜଳି ଅ୍ଧବପିଏଲ୍ ସ୍ପନସରସିପ୍ ଦ୍ୱାରା ବିଶ୍ୱସ୍ତରରେ ନିଜକୁ ପରିଚୟ ଦେବାକୁ ଲକ୍ଷ୍ୟ ରଖିଛି । ପତଞ୍ଜଳି ପକ୍ଷରୁ ଏ ନେଇ ବିସିସିଆଇ ଅଧିକାରୀଙ୍କ ସହିତ ଆଲୋଚନା ଜାରି ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ ଏହା ଏକ ବଡ ପଦକ୍ଷେପ ବୋଲି ପତଞ୍ଜଳି ପକ୍ଷରୁ ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରାରମ୍ଭରୁୁ ଅହେତୁକ ସଫଳତା ହାସଲ କରିଥିବା ପତଞ୍ଜଳି ବିଗତ ଦୁଇ ବର୍ଷ ହେବ ବିସ୍କୁଟ ଏବଂ ନୁଡୁୁଲ୍ସରେ ପ୍ରବଳ କ୍ଷତି ସହୁଛି ।