ମୁମ୍ବାଇରୁ ୧୦୦୦ କୋଟିର ହେରୋଇନ୍ ଜବତ

ମୁମ୍ବାଇରୁ ୧୦୦୦ କୋଟିର ହେରୋଇନ୍ ଜବତ

ମୁମ୍ବାଇରୁ ୧୦୦୦ କୋଟିର ହେରୋଇନ୍ ଜବତ
ମୁମ୍ବାଇ : ମୁମ୍ବାଇରେ ଏକ ବଡ ଡ୍ରଗ୍ସ ର୍ୟାକେଟର ପର୍ଦ୍ଧାଫାଶ ହୋଇଛି । ମୁମ୍ବାଇ ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ୧୦୦୦ କୋଟିର ଡ୍ରଗ୍ସ ଜବତ କରାଯାଇଛି । ଶନିବାର ବିଳମ୍ବିତ ରାତ୍ରିରେ ନହବା ସେବା ବନ୍ଦର ଉପରେ ଚଢାଉ କରାଯାଇ ବିପୁଳ ପରିମାଣରେ ଡ୍ରଗ୍ସ ଜବତ କରାଯାଇଛି । ଆଫଗାନିସ୍ତାନରୁ ଇରାନ ଦେଇ ଭାରତକୁ ଏହି ଡ୍ରଗ୍ସ ଚୋରାଚାଲାଣ କରାଯାଉଥିବା ଜଣାପଡିଛି । ବିଭିନ୍ନ ପ୍ଲାଷ୍ଟିକ୍ ପାଇପ୍ ମଧ୍ୟରେ ପୁରାଇ ଆୟୁର୍ବେଦିକ ଔଷଧ ନାଁରେ ଏହି ନିଶାଦ୍ରବ୍ୟ ଚୋରାଚାଲାଣ କରାଯାଉଥିଲା । ଡିଆରଆଇ ଏବଂ ମୁମ୍ବାଇ ପୋଲିସର ମିଳିତ ଚଢାଉରେ ଏହି ନିଶାଦ୍ରବ୍ୟ ଜବତ କରାଯାଇଥିଲା । ସୁମଦାୟ ୧୯୧ କିଗ୍ରାର ହେରୋଇନ୍ ଜବତ କରାଯାଇଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୧୦୦୦ କୋଟି ଟଙ୍କା ହେବ ବୋଲି ପ୍ରକାଶ କରାଯାଇଛି । ଏହି ଘଟଣାରେ ଡିଆରଆଇ ପକ୍ଷରୁ ମୀନାନାଥ ବୋଡକେ ଏବଂ କୋଣ୍ଡିଭାଉ ପାଣ୍ଡୁରଙ୍ଗ ଗୁଞ୍ଜନଙ୍କୁ ଗିରଫ କରାଯାଇ ପଚରା ଉଚୁରା କରାଯାଉଛି ।