୬ଷ୍ଠ ଜାତୀୟ ଡାଇବେଟିସ୍ ସମ୍ମଳନୀ, ଓଡ଼ିଶାକୁ ଡାଇବେଟିସ ଚିନ୍ତା
୬ଷ୍ଠ ଜାତୀୟ ଡାଇବେଟିସ୍ ସମ୍ମଳନୀ, ଓଡ଼ିଶାକୁ ଡାଇବେଟିସ ଚିନ୍ତା
admin
Jan 19, 2020 - 03:12
Updated: Jan 19, 2020 - 03:12
ଭୁବନେଶ୍ୱର - ସ୍ଥାନୀୟ ଏକ ହୋଟେଲଠାରେ ଆରମ୍ଭ ହୋଇଛି ଦୁଇଦିନିଆ ୬ଷ୍ଠ ଜାତୀୟ ଡାଇବେଟିସ୍ ସମ୍ମଳନୀ। ଡାଇବେଟିସ ରୋଗରୁ ରକ୍ଷା ପାଇବାର ଏକମାତ୍ର ସରଳ ଉପାୟ ହେଉଛି ପୂର୍ବ ସଚେତନତା। ଜନସାଧାରଣ ପୂର୍ବ ସଚେତନତା ଓ ନିୟମିତ ବ୍ୟାୟମ କରିବା ଦରକାର। ଡାଇବେଟିସ୍ ଦ୍ୱାରା ହେଉଥିବା ସ୍ନାୟୁ, ହାର୍ଟ, କିଡ୍ନୀ ଓ ପାଦ ସମସ୍ୟା ଭଳି ରୋଗର ସଫଳ ଚିକିତ୍ସାର ନୂଆ ପଦ୍ଧତି ଉପରେ ଆଲୋଚନା ହେଇଥିଲା। ଡାଇବେଟିସ୍ ଚିକିତ୍ସାର ନୂଆ ଚିକିତ୍ସା ଯନ୍ତ୍ରପାତି, ନୂତନ ମେଡିସିନ୍, ନୂତନ ଇନ୍ସୁଲିନ୍ ଓ ନୂତନ ପରୀକ୍ଷା ଉପରେ ବିଶେଷଜ୍ଞମାନେ କହିଥିଲେ।
ଡାଇବେଟିସ୍ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାର କିଡ୍ସ ଅନୁଷ୍ଠାନ ଭାରତରେ ବିରଳ। ଏହି ଅନୁଷ୍ଠାନ ସହିତ ସରକାର ସହଯୋଗର ହାତ ବଢ଼ାଇବା ଦରକାର। ଓଡ଼ିଶାରେ ଡାଇବେଟିସ୍ ଗବେଷଣାକୁ କିଡ୍ସ ଜରିଆରେ ଅନ୍ୟ ଡାକ୍ତରଙ୍କ ଟ୍ରେନିଂ ବ୍ୟବସ୍ଥା କରିବାର ଆବଶ୍ୟକତାର ରହିଛି। ଫଳରେ ଓଡ଼ିଶାର ଡାଇବେଟିସ୍ ରୋଗୀ ଉପକୃତ ହୋଇପାରିବେ। ଓଡ଼ିଶାରେ ୪୦ଲକ୍ଷ ଡାଇବେଟିସ୍ ରୋଗୀ ଅଛନ୍ତି। ସହରାଞ୍ଚଳରେ ୧୨ରୁ ୧୫ ପ୍ରତିଶତ, ଗ୍ରାମାଞ୍ଚଳରେ ୬ରୁ ୮ ପ୍ରତିଶତ ଓ ଶିଳ୍ପାଞ୍ଚଳରେ ୮ରୁ ୧୦ ପ୍ରତିଶତ ରହିଛି। ଓଡ଼ିଶାରେ ଡାଇବେଟିସ୍ ରୋଗୀଙ୍କ ମୁଖ୍ୟ ସମସ୍ୟା ହେଉଛି ପାଦଜନିତ ରୋଗ। ଏହି ପାଦଜନିତ ରୋଗ ପାଇଁ ବହୁ ଲୋକଙ୍କ ଗୋଡ଼ କଟା ହେବାକୁ ପଡ଼ୁଛି ଓ ମୃତ୍ୟୁ ମୁଖରେ ପଡ଼ୁଛନ୍ତି।