୨୦୧୭ରେ ପୃଥିବୀକୁ ଆସିଥିଲେ ଏଲିଏନ, ହାଭାଡର଼୍ ବୈଜ୍ଞାନିକଙ୍କ ଦାବି

୨୦୧୭ରେ ପୃଥିବୀକୁ ଆସିଥିଲେ ଏଲିଏନ, ହାଭାଡର଼୍ ବୈଜ୍ଞାନିକଙ୍କ ଦାବି

୨୦୧୭ରେ ପୃଥିବୀକୁ ଆସିଥିଲେ ଏଲିଏନ, ହାଭାଡର଼୍ ବୈଜ୍ଞାନିକଙ୍କ ଦାବି
ନୂଆଦିଲ୍ଲୀ : ଏଲିୟନ ସତରେ ଅଛନ୍ତି ତ ? ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବସତା ଅଛି ତ ? ଏହାକୁ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି । କିନ୍ତୁ ଏଯାବତ ଏହାର କୌଣସି ପ୍ରମାଣ ମିଳିନାହିଁ । କିନ୍ତୁ ୨୦୧୭ରେ ପୃଥିବୀ ପୃଷ୍ଠ ଦେଇ ଏଲିୟନ ଆସିଥିଲେ ବୋଲି ହାଭାଡର଼୍ ବିଶ୍ୱ ବିଦ୍ୟାଳୟର ଜଣେ ପ୍ରଫେସର ଦାବି କରିଛନ୍ତି । ଯାହା ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ସୃଷ୍ଟି କରିଛି । ହାଭାଡର଼୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଏବି ଲୋଏବ କହିଛନ୍ତିଯେ, ୨୦୧୭ ଅକ୍ଟୋବର ୧୯ରେ ଯେଉଁ ଉଲକା ଦେଖାଯାଇଥିଲା ତାହା ଉଲକା ନୁହେଁ । ତାହା ଏଲିୟନଙ୍କ ଯାନ ବୋଲି ସେ ଦାବି କରିଛନ୍ତି । ୟୂନିଭରସିଟି ଅଫ ହାୱାଇର ପାନ-ଷ୍ଟାର୍ସ୧ ଟେଲିସ୍କୋପରେ ଏହା ଦେଖିବାକୁ ମିଳିଛି ବୋଲି କହିଥିଲେ । ୨୦୧୭ରେ ପୃଥିବୀ ପୃଷ୍ଠକୁ ମାଡ଼ି ଆସିଥିବା ଉଲକା ୧.୯୬ ଲକ୍ଷ ମାଇଲ ପ୍ରତି ଘଂଟାରେ ଗତି କରୁଥିଲା । କିନ୍ତୁ ଉଲକା ଏତେ ତୀବ୍ର ଗତିରେ ଆସିପାରିବେନି ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତିଯେ, ସୂର୍ଯ୍ୟଙ୍କ ନିକଟକୁ ଆସିଲେ ଗତି ବୃଦ୍ଧି ପାଇଥାଏ । ସୂର୍ଯ୍ୟଙ୍କ ଠାରୁ ଦୂରକୁ ଗଲେ ଗତି ଥମିଯାଏ । କିନ୍ତୁ ଓଉମୁଆମୁଆ କ୍ଷେତ୍ରରେ ଏହା ଘଟିନଥିଲା । ଏଠାରେ ସୂଚାଇ ଦିଆଯାଇପାରେଯେ, ଓଉମୁଆମୁଆକୁ ଉଲକା ବୋଲି ଗ୍ରହଣ କରିନିଆଯାଇଥିଲା । ଖାଲି ସେତିକିନୁହେଁ ଧୂମକେତୁ ବା ଉଲକା ଭଳି ଓଉମୁଆମୁଆର ଲାଂଜ ନଥିଲା । ଏହା ନିଜ ରାସ୍ତାରେ ଚକ୍କର କାଟୁଥିଲା । ଯାହାକି ଅଜବ ଘଟଣା । ତେଣୁ ଏଲିୟନମାନଙ୍କ ଯାନ ହିଁ ପୃଥିବୀ ପୃଷ୍ଠ ଦେଇ ଯାଇଥିଲା ବୋଲି ସେ ଦାବି କରିଛନ୍ତି ।