ପାଟି ମୁଣି!

ପାଟି ମୁଣି!

ପାଟି ମୁଣି!
ଇଂରାଜୀରେ ଏକ ଖଣ୍ଡ ବାକ୍ୟ ଅଛି, ଯାହାର ଓଡିଆ ଭାଷାନ୍ତର ଏହି ପରି ଯେଉଁଠି ତୁମର ପାଟି ଅଛି ସେଇଟି ପଇସା ରଖ । ଏହାକୁ କାର୍ଯ୍ୟରେ ଲଗାଇଛନ୍ତି ଜାପାନିଜ ଡୁ । ପଇସା ରଖିବା ପାଇଁ ସେ ପୁରୁଷ ପାଟି ଭଳି ଦିଶୁଥିବା ମୁଣିଟିଏ ତିଆରି କରିଛନ୍ତି । ମୁଣିଟି ଖୋଲୁଛି ଠିକ ମଣିଷ ପାଟି ପରି । ପାଟି ମୁଣିଟିକୁ ସେ ୨ମାସ ପରିଶ୍ରମ କରି ତିଆରି କରିଛନ୍ତି । ସେଥିରେ ସେ କେଉଁ କେଉଁ ସାମଗ୍ରୀ ବ୍ୟବହାର କରିଛନ୍ତି ସେ ପ୍ରକାଶ କରିନାହାନ୍ତି । ଟ୍ୱିଟର ମାଧ୍ୟମରେ ସେ ମୁଣିଟିକୁ ଦେଖି ସାରିଲେଣି ୧,୨କୋଟି ଲୋକ । ବହୁମୂଲ୍ୟ ଦେଇ କିଣିନେବାକୁ ଅନେକ ଲୋକ ପ୍ରସ୍ତାବ ଦେଉଥିଲେ ମଧ୍ୟ ଏ ଯାଏ କିଛି କହିନାହାନ୍ତି ଡୁ ।