ରାଜସ୍ଥାନରେ ବିଜେପି ବିଧାୟକ ଦଳ ବୈଠକ

ରାଜସ୍ଥାନରେ ବିଜେପି ବିଧାୟକ ଦଳ ବୈଠକ

ରାଜସ୍ଥାନରେ ବିଜେପି ବିଧାୟକ ଦଳ ବୈଠକ
ଜୟପୁର : କଂଗ୍ରେସରେ ବସ୍ତୁତଃ ବିଭାଜନ ଘଟିଛି ଏବଂ ରାଜସ୍ଥାନ ସରକାର ଏବେ ସଂଖ୍ୟାଗରିଷ୍ଠତା ହରାଇଛି । ମୁଖ୍ୟମନ୍ତ୍ରୀ ତୁରନ୍ତ ବିଧାନସଭାରେ ନିଜ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ଉଚିତ । ମନ୍ତ୍ରିମଣ୍ଡଳ ପୁନର୍ଗଠନ ପୂର୍ବରୁ ଏହା ଅପରିହାର୍ଯ୍ୟ ବୋଲି ବିଧାନସଭାରେ ବିରୋଧୀ ଦଳ ନେତା, ବିଜେପି ବିଧାୟକ ଗୁଲାବ ଚାନ୍ଦ କଟାରିଆଙ୍କ ଏଭଳି ଦାବି କରିଛନ୍ତି । ଗେହଲଟ ତାଙ୍କ ପକ୍ଷରେ ୧୦୯ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ଯେଉଁ ଦାବି କରୁଛନ୍ତି ତାହା ମିଛ; ତେଣୁ ଆସ୍ଥା ଭୋଟ ଜରୁରୀ ବୋଲି ଶର୍ମା କହିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଦଳ ରାଜନୈତିକ ସ୍ଥିତି ଉପରେ ନଜର ରଖିଛି ଏବଂ ଆଜି ୧୧ଟାରେ ବିଧାୟକ ଦଳର ବୈଠକ ଆହୂତ ହୋଇଛି । ଏଥିରେ ବସୁନ୍ଧରା ରାଜେ ସିନ୍ଧିଆ ଯୋଗ ଦେବେ ବୋଲି କହିଛନ୍ତି ସଭାପତି ସତୀଶ ପୁନିଆ । ବୈଠକରେ ବରିଷ୍ଠ ନେତା ଓମ ମାଥୁର ଓ ରାଜେନ୍ଦ୍ର ରାଠୋଡ଼ ପ୍ରମୁଖ ଉପସ୍ଥିତ ଥିଲେ ।