ହୀରାକୁଦର ୧୮ଟି ଗେଟ ଖୋଲା

ହୀରାକୁଦର ୧୮ଟି ଗେଟ ଖୋଲା

ହୀରାକୁଦର ୧୮ଟି ଗେଟ ଖୋଲା
ସମ୍ୱଲପୁର : ଉପରମୁଣ୍ଡରେ ବର୍ଷାଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି । ଏହା ଫଳରେ ଡ଼୍ୟାମର ଆଉ ୬ଟି ଗେଟ୍ ରବିବାର ସକାଳେ ଖୋଲା ଯାଇଛି । ଡ଼୍ୟାମରେ ୬ଟି ଗେଟ୍ ଖୋଲିବା ପରେ ବର୍ତ୍ତମାନ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ଆହୁରି ୨ଟି ଗେଟ୍ ଖୋଲିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୫୬ ହଜାର ୬୩୧ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୧୦ ହଜାର ୯୪୪ ଘନଫୁଟ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୨୫.୬୯ ଫୁଟ୍ ରହିଛି ।