ଆସାମ, ହିମାଚଳ ପ୍ରଦେଶରେ ଭୂକମ୍ପ

ଆସାମ, ହିମାଚଳ ପ୍ରଦେଶରେ ଭୂକମ୍ପ

ଆସାମ, ହିମାଚଳ ପ୍ରଦେଶରେ ଭୂକମ୍ପ
ନୂଆଦିଲ୍ଲୀ: ଆସାମ ଏବଂ ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୩ ରହିଥିଲା। ଭୂକମ୍ପ ଝଟ୍‌କା ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରିଆସି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ରବିବାର ସକାଳ ୭ଟା ୩ ମିନିଟରେ ଆସାମର କାର୍ବି ଆଙ୍ଗଲୋଙ୍ଗ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏଥିରେ କେହି ମୃତାହତ ହୋଇଥିବା ସମ୍ପର୍କରେ ଜଣାପଡ଼ି ନାହିଁ। ଏହା ପୂର୍ବରୁ ହିମାଚଳ ପ୍ରଦେଶରେ ବିଳମ୍ବିତ ରାତିରେ ଭୂକମ୍ପା ଝଟ୍‌କା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଥିଲା। ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।