ଗଣ୍ଡଗୋଳ ମାମଲାରେ ଦିଲ୍ଲୀ ବାଚସ୍ପତି ଦୋଷୀ

ଗଣ୍ଡଗୋଳ ମାମଲାରେ ଦିଲ୍ଲୀ ବାଚସ୍ପତି ଦୋଷୀ

ଗଣ୍ଡଗୋଳ ମାମଲାରେ ଦିଲ୍ଲୀ ବାଚସ୍ପତି ଦୋଷୀ
ନୂଆଦିଲ୍ଲୀ: ଜଣଙ୍କ ଘରେ ପଶି ଗଣ୍ଡଗୋଳ କରିବା ମାମଲାରେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୫ ଫେବୃୟାରୀରେ ଗୋଏଲ ପୂର୍ବ ଦିଲ୍ଲୀର ବିବେକ ବିହାର କଲୋନୀରେ ବାସ କରୁଥିବା ଜମି ବ୍ୟବସାୟୀ ମନୀଷ ଘାଇଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିଲେ । ମନୀଷ ଗୋଏଲଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଏହି ମାମଲାରେ ପୁଲିସ ୨୦୧୭ ସେପ୍ଟେମ୍ବରରେ ତାଙ୍କ ବିରୋଧରେ ଅଭିଯୋଗଫର୍ଦ୍ଧ ଦାଖଲ କରିଥିଲା । ଅଭିଯୋଗ ଫର୍ଦ୍ଧରେ ଅନ୍ୟ ୭ ଜଣଙ୍କ ନାମ ମଧ୍ୟ ରହିଥିଲା । ଏହି ମାମଲାରେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦଣ୍ଡ ଘୋଷଣା କରି ନ ଥିଲେ ମଧ୍ୟ ଆଇନାନୁସାରେ ଗୋଏଲଙ୍କୁ ୧ ବର୍ଷ କାରାଦଣ୍ଡ ଶୁଣାଇବା ସମ୍ଭାବନା ରହିଛି ।