ଗୋଟିଏ ଦଳରେ ବିରାଟଙ୍କ ୨୦୦ ମ୍ୟାଚ୍
ଗୋଟିଏ ଦଳରେ ବିରାଟଙ୍କ ୨୦୦ ମ୍ୟାଚ୍
ଆବୁଧାବି: ଆଇପିଏଲର ୨ୟ ପର୍ୟ୍ୟାୟରେ ସୋମବାର କଲକାତା ନାଇଟ ରାଇଡର୍ସ (କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ କେକେଆର ୯ ୱିକେଟରେ ବିଜୟୀ ହୋଇଥିଲା । ହେଲେ ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ କୋହଲି ଏକ କୀର୍ତ୍ତିମାନ ସ୍ଥାପନ କରିଥିଲେ । ଆଇପିଏଲ ଇତିହାସରେ ଏକମାତ୍ର ଖେଳାଳି ଭାବେ କୋହଲି ଗୋଟିଏ ଦଳ ପାଇଁ ୨୦୦ ମ୍ୟାଚ ଖେଳିବାର କୃତିତ୍ୱ ହାସଲ କରିଛନ୍ତି । ମହେନ୍ଦ୍ର ସିଂହ ଧୋନି ଓ ଦିନେଶ କାର୍ତ୍ତିକ ମଧ୍ୟ ଆଇପିଏଲରେ ୨୦୦ ମ୍ୟାଚ ଖେଳିଥିଲେ ହେଁ ଦୁହେଁ ଭିନ୍ନ ଭିନ୍ନ ଦଳ ପାଇଁ ମିଳିତ ଭାବେ ଏହି ୨୦୦ ମ୍ୟାଚ ଖେଳିଛନ୍ତି । ୩୫ ବର୍ଷ ବୟସ୍କ ବିରାଟ କୋହଲି ୨୦୦୮ ରେ ଆଇପିଏଲ ଆରମ୍ଭ ହେବା ପରଠାରୁ ଆରସିବି ପାଇଁ ହିଁ ଖେଳୁଛନ୍ତି । କୋହଲି ୨୦୧୩ ରୁ ଆରସିବିର ଅଧିନାୟକ ଅଛନ୍ତି । କୋହଲି ୧୩୨ଟି ମ୍ୟାଚରେ ଆରସିବିର ନେତୃତ୍ୱ ନେଇଛନ୍ତି । ସର୍ବାଧିକ ୧୯୬ଟି ମ୍ୟାଚରେ ଆଇପିଏଲ ଦଳର ନେତୃତ୍ୱ ନେଇଛନ୍ତି । ଚଳିତ ଆଇପିଏଲ ପରେ କୋହଲି ଆରସିବିର ନେତୃତ୍ୱ ନେବେ ନାହିଁ ବୋଲି କୋହଲି ଘୋଷଣା କରି ସାରିଛନ୍ତି ।