କଂଗ୍ରେସରେ ଯୋଗ ଦେବେ କହ୍ନେୟା ଓ ଜିଗ୍ନେଶ

କଂଗ୍ରେସରେ ଯୋଗ ଦେବେ କହ୍ନେୟା ଓ ଜିଗ୍ନେଶ

କଂଗ୍ରେସରେ ଯୋଗ ଦେବେ କହ୍ନେୟା ଓ ଜିଗ୍ନେଶ

ନୂଆଦିଲ୍ଲୀ: ଜବାହାର ଲାଲ ନେହରୁ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର ଓ ଗୁଜରାତ ବିଧାନସଭାର ସ୍ୱାଧୀନ ସଦସ୍ୟ ତଥା ଦଳିତ ନେତା ଜିଗ୍ନେଶ ମଭୋନୀ କଂଗ୍ରେସରେ ଯୋଗ ଦେବେ । ସେପ୍ଟେମ୍ବର ୨୮ ସହିଦ ଭଗବତ ସିଂହଙ୍କ ଜନ୍ମ ଦିନ କିମ୍ବା ଅକ୍ଟୋବର ୨ରେ ସେମାନେ ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି । କହ୍ନେୟା ଇତି ମଧ୍ୟରେ ରାହୁଲ ଗାନ୍ଧିଙ୍କୁ ଦୁଇ ଥର ଭୋଟି ଆଲୋଚନା କରିଛନ୍ତି । ଜିଗ୍ନେଶଙ୍କୁ ପ୍ରଦେଶ କଂଗ୍ରେସର ସଭାପତି କରାଯିବା ଏକରକମ ନିଷ୍ପତ୍ତି ହୋଇଥିବା ବେଳେ କହ୍ନେୟାଙ୍କୁ କେଉଁ ପଦ ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ । କହ୍ନେୟା ସମ୍ପ୍ରତି ସିପିଆଇରେ ଅଛନ୍ତି । ସେ କଂଗ୍ରେସର ଆଉ କିଛି ସିପିଆଇ ନେତାଙ୍କ ଆଣିବା ସମ୍ଭାବନା ମଧ୍ୟ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ସେ ନିଜ ଜନ୍ମସ୍ଥାନ ବିହାରର ବେଗୁସରାଇରୁ ସିପିଆଇରୁ ପ୍ରାର୍ଥୀ ହୋଇ ବିଜେପିରେ ଗିରିରାଜ ସିଂହଙ୍କଠାରୁ ପରାଜିତ ହୋଇଥିଲେ । ଏହି ଦୁଇ ନେତାଙ୍କୁ ଦଳରେ ସାମିଲ କରି କଂଗ୍ରେସ ପଞ୍ଜାବ ପରି ଗୁଜରାତ ଓ ବିହାରରେ ଦଳିତ ଭୋଟ ବ୍ୟାଙ୍କ ହାତେଇବାକୁ ପ୍ରୟାସ କରୁଛି ।