ଡିସେମ୍ବର ୨୦ ସୁଦ୍ଧା ନୂଆ ବିଜେପି ରାଜ୍ୟ ସଭାପତି

ଡିସେମ୍ବର ୨୦ ସୁଦ୍ଧା ନୂଆ ବିଜେପି ରାଜ୍ୟ ସଭାପତି

ଡିସେମ୍ବର ୨୦ ସୁଦ୍ଧା ନୂଆ ବିଜେପି ରାଜ୍ୟ ସଭାପତି
ଭୁବନେଶ୍ୱର : ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ରାଜ୍ୟ ବିଜେପି ଦେଖିବେ ନୂଆ ସଭାପତି । ଏ ନିର୍ବାଚନ ପାଇଁ ପ୍ରସ୍ତୁତି ଏକରକମ ଚୂଡ଼ାନ୍ତ ପର୍ଯ୍ୟାୟରେ । ରାଜ୍ୟରେ ମଣ୍ଡଳ ଓ ଜିଲ୍ଲାସ୍ତରରେ ନିର୍ବାଚନ ପ୍ରକି୍ରୟା ସରିବା ଉପରେ । ଆଗକୁ ଚର୍ଚ୍ଚା ବିଜେପି ସଭାପତି ନିର୍ବାଚନ ହେବ । ଏହି ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ରାଜୀବ ପ୍ରତାପ ରୁଡ୍ଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ତେବେ ଏହି ସାଂଗଠନିକ ନିର୍ବାଚନୀ ପ୍ରକି୍ରୟା ଆସନ୍ତା ୧୫ ରୁ ୨୦ ମଧ୍ୟରେ ଶେଷ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ କୁମାର ରାୟ ସୂଚନା ଦେଇଛନ୍ତି । ଶ୍ରୀ ରାୟ ଦେଇଥିବା ସୂଚନା ଅନୁସାରେ, ବିଜେପି ଚଳିତ ଥର ସଭ୍ୟ ସଂଗ୍ରହକୁ ବେଶ ତ୍ୱରିତ କରିଥିଲା । ସେହିଭଳି ମଣ୍ଡଳ ଓ ଜିଲ୍ଲାସ୍ତରରୁ ସାଂଗଠନିକ ନିର୍ବାଚନ ପ୍ରକି୍ରୟା ଆରମ୍ଭ ହୋଇଛି । ବିଜେପିର ୩୬ ସାଂଗଠନିକ ଜିଲ୍ଲା ମଧ୍ୟରୁ ୩୨ଟି ଜିଲ୍ଲା ଏଯାଏ ଜିଲ୍ଲା ସଭାପତି ନିର୍ବାଚନ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆସନ୍ତା ୨/୩ ଦିନ ମଧ୍ୟରେ ବଳକା ଜିଲ୍ଲା ମଧ୍ୟ ଏ ଯୋଗ୍ୟତା ଅର୍ଜନ କରିବେ । ସେହିଭଳି ସାରା ରାଜ୍ୟରେ ଦଳର ୩୭ ହଜାର ବୁଥ କମିଟି ଥିଲା ବେଳେ ୨୨୫୦୦ କମିଟି ଗଠନ ସରିଛି । ୧୦୦୨ ମଣ୍ଡଳରୁ ୬୭୮ ଟି ମଣ୍ଡଳ ନିର୍ବାଚନ ସରିଛି । ବଳକା ବୁ୍ କମିଟି ସହ ମଣ୍ଡଳ ନିର୍ବାଚନ ପ୍ରକି୍ରୟା ସାରିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ତୃଣମୂଳ ସ୍ତରରୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଗଣତାନ୍ତ୍ରିକ ପଦ୍ଧତିରେ ସାଂଗଠନିକ ନିର୍ବାଚନ କରାଯାଇଛି । ତେଣୁ ଆଉ ରାଜ୍ୟ ସ୍ତରରେ ନିର୍ବାଚନ ପାଇଁ କୌଣସି ସମସ୍ୟା କିମ୍ବା ପ୍ରତିବନ୍ଧକ ନାହିଁ । ମଣ୍ଡଳ ଓ ଜିଲ୍ଲାସ୍ତରରୁ କର୍ମକର୍ତ୍ତାମାନେ ନିଷ୍ଠାର ସହ ଆମକୁ ସହଯୋଗ କରିଛନ୍ତି । ତେଣୁ ଆସନ୍ତା ୧୫ ରୁ ୨୦ ମଧ୍ୟରେ ରାଜ୍ୟ ସଭାପତି ନିର୍ବାଚନ ଶେଷ ହୋଇଯାଇପାରେ । ଉଲ୍ଲେଖଯୋଗ୍ୟ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ଗତ ଜୁଲାଇ ମାସରୁ ସରିଥିଲେ ହେଁ ସାଧାରଣ ନିର୍ବାଚନ ପାଇଁ ବିଜେପିର ସାଂଗଠନିକ ନିର୍ବାଚନ ଘୁଞ୍ଚିଛି । ଏଥିପାଇଁ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକାଳକୁ ଡିସେମ୍ବର ଯାଏଁ ବୃଦ୍ଧି କରାଯାଇଛି । ଏବେ ଶ୍ରୀ ପଣ୍ଡା ସାଂସଦ ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଗୁରୁତ୍ୱପୂର୍ଣ୍ଣ ସଭାପତି ଦାୟିତ୍ୱ ଦଳ ଦେବା ନିଷ୍ପତ୍ତି ବୋଲି କୁହାଯାଉଛି ।