ଇସ୍ତଫା ଦେଲେ ନବୀନ

ଇସ୍ତଫା ଦେଲେ ନବୀନ

ଇସ୍ତଫା ଦେଲେ ନବୀନ
ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ବାଚସ୍ପତିଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି । ୨୦୧୯ ନିର୍ବାଚନରେ ପ୍ରଥମ ଥର ପାଇଁ ନବୀନ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ । ପାରମ୍ପରିକ ଆସନ ହିଞ୍ଜିଳି ସହ ବିଜେପୁରରୁ ନିର୍ବାଚନ ଲଢ଼ିଥିଲେ । ଉଭୟ ସ୍ଥାନରୁ ସେ ବିଜୟୀ ହେବା ପରେ କେଉଁ ଆସନ ଛାଡ଼ିବେ ସେନେଇ ଅଙ୍କ କଷା ଚାଲିଥିଲା । ତେବେ ନିକଟରେ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପରେ ସେ ବିଜେପୁର ଛାଡ଼ିବେ ବୋଲି କୁହାଯାଉଥିଲା । ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଫଳରେ ବିଜେପୁର ଓ ପାଟକୁରା ଉପନିର୍ବାଚନ ଗୋଟିଏ ସମୟରେ ହେବା ସ୍ପଷ୍ଟ ହୋଇଯାଇଛି ।