ଆଜି ଭୁବନେଶ୍ୱରରେ ପହଂଚିବେ ଭାରତୀୟ ହକି ଖେଳାଳି
ଆଜି ଭୁବନେଶ୍ୱରରେ ପହଂଚିବେ ଭାରତୀୟ ହକି ଖେଳାଳି
admin
May 19, 2019 - 06:47
Updated: May 19, 2019 - 06:47
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ ହକି ଗ୍ରାଉଣ୍ଡରେ ଆସନ୍ତା ଜୁନ ୬ ରୁ ୧୬ ପର୍ଯ୍ୟନ୍ତ ଏଫଆଇଏଚ ସିରିଜ ପୁରୁଷ ହକି ଫାଇନାଲସ ଖେଳାଯିବ । ଏଥିରେ ଘରୋଇ ଭାରତ ସମେତ ପୋଲାଣ୍ଡ ରୁଷ,ଉଜବେକିସ୍ତାନ, ଜାପାନ, ମେକ୍ସିକୋ, ଯୁଏସଏ ଓ ଦକ୍ଷିଣଆଫ୍ରିକା ଦଳ ଅଂଶଗ୍ରହଣ କରୁଛନ୍ତି । ପ୍ରତିଯୋଗିତା ଲାଗି ସମ୍ଭାବ୍ୟ ଭାରତୀୟ ଦଳ ଖେଳାଳିମାନେ ରବିବାର ଭୁବନେଶ୍ୱରରେ ପହଂଚିବେ । ହକି ଇଣ୍ଡିଆ ପକ୍ଷରୁ ସମ୍ଭବ୍ୟ ଶିବିର ଲାଗି ୩୪ ଜଣିଆ ଦଳ ମନୋନୟନ କରାଯାଇଛି । ଅଷ୍ଟ୍ରେଲିଆ ଗସ୍ତରେ ଥିବା ଖେଳାଳିମାନଙ୍କର ସମେତ ପ୍ରଶକ୍ଷିକ ଗ୍ରାହାମ ରିଡ ପୂର୍ବାହ୍ନ ୧୦ଟା ଭୁବନେଶ୍ୱରରେ ପହଂଚିବାକୁ ଥିବା ବେଳେ ଅବଶିଷ୍ଟ ଖେଳାଳିମାନେ ପୂର୍ବହ୍ନ ୧୧ଟା ୩୦ରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ପ୍ରତିଯୋଗିତା ଲାଗି ସମ୍ଭାବ୍ୟ ଶିବିର ୨୦ରୁ କଳିଙ୍ଗ ଷ୍ଟାଡିୟମ ହକି ଗ୍ରାଉଣ୍ଡରେ ଆୟୋଜିତ ହେବ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ହକି ଗ୍ରାଉଣ୍ଡ ପ୍ରସ୍ତୁତି ଶେଷ ହୋଇଛି । ସମ୍ଭାବ୍ୟ ଶିବିରରେ ଓଡିଶାରୁ ୫ ଜଣ ଖେଳାଳି ନୀଲମ ସଞ୍ଜିବ ଖେସ, ଆଶିଷ ଟପ୍ନୋ, ଶିଳାନନ୍ଦ ଲାକ୍ରା, ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ସମ୍ଭାବ୍ୟ ଶିବିରରୁ ଖେଳାଳିମାନଙ୍କ ପ୍ରଦର୍ଶନକୁ ଆଧାର କରି ଚୂଡାନ୍ତ ଦଳ ମନୋନୟନ କରାଯିବ ।
ସମ୍ଭାବ୍ୟ ଦଳ ଖେଳାଳି ପିଆର ଶ୍ରୀଜେଶ, କୃଷ୍ଣ ବାହାଦୂର ପାଠକ, ରୂପିନ୍ଦର ପାଲସିଂହ, ଆକାଶଦୀପ ସିଂହ, ହରମନପ୍ରୀତସିଂହ, କୋଥାଜିତ ସିଂହ, ସୁରେନ୍ଦ୍ର କୁମାର, ବିରେନ୍ଦ୍ର ଲାକ୍ରା ,ହାର୍ଦିକ ସିଂହ, ମନପ୍ରୀତ ସିଂହ, ଗୁରୁନ୍ଦର ସିଂହ, ନୀଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ଗୁରୁସାହିବଜିତ ସିଂହ, ସୁମିତ କୁମାର, ଅରମାନ କୁ୍ୟରେସି, ମନଦୀପ ସିଂହ, ଯଶକରଣ ସିଂହ, ସୂରଜ କେରକେରା, ଅମିତ ରୋହିଦାସ, ବରୁଣ କୁମାର, ନୀଲମ ସଞ୍ଜୀପ ଖେସ ଜରମନପ୍ରୀତ ସିଂହ ସୟଦ ନିୟାଜ ରହିମ, ଆଶିଷ କୁମାର ଟପ୍ନୋ, ରାଜକୁମାର ପାଲ, ଲଏସ.ଭି ସୁନୀଲ , ସୁମିତ ସିମ୍ରନଜିତ ଗୁରୁଜାନ୍ତ ସିଂହ, ସମରେଶ ସିଂହ, ଶିଳାନନ୍ଦ ଲାକ୍ରା ପ୍ରୀୟୂଷ କୁମାର ଦୁବେ ଓ ରବିନ ଅଖିଲ ।