୬ଟି ଯାକ ବଲ ଖେଳି ୩୦ ରନ କରିବା କ୍ଲବରେ ସାମିଲ ହେଲେ ଏହି ଖେଳାଲି

୬ଟି ଯାକ ବଲ ଖେଳି ୩୦ ରନ କରିବା କ୍ଲବରେ ସାମିଲ ହେଲେ ଏହି ଖେଳାଲି

୬ଟି ଯାକ ବଲ ଖେଳି ୩୦ ରନ କରିବା କ୍ଲବରେ ସାମିଲ ହେଲେ ଏହି ଖେଳାଲି
ମୁମ୍ବାଇ: ଟ୍ୱେଣ୍ଟି ୨୦ ଓଭରରେ ୧ ଓଭରରେ ୬ଟି ଯାକ ବଲ ଖେଳି ୩୦ ରନ କରିବା କ୍ଲବରେ ସାମିଲ ହୋଇଛନ୍ତି । କଲକାତା ନାଇଟ ରାଇଡର୍ସ (କେକେ ଆର)ର ଅଲରାଉଣ୍ଡର ଫ୍ୟାଟ କମିନସ । ବୁଧବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ସାମ କରନଙ୍କ ଓଭରରେ କମିନସ ୪ଟି ଛକା, ଗୋଟିଏ ଚୌକା ଓ ଗୋଟିଏ ୨ ରନ ସହ ୩୦ ରନ ନେଇଥିଲେ । ୨୧୧ ରନର ପିଛା କରୁଥିବା କେକେଆର ୩୧ ରନରେ ୫ଟି ୱିକେଟ ହରାଇବା ସତ୍ତ୍ୱେ ପ୍ରଥମେ ଆନେ୍ଦ୍ର ରସଲେ ଓ ପରେ କମିନସଙ୍କ ପ୍ରହାର ଯୋଗୁଁ ଦଳ ବିଜୟର ନିକଟବର୍ତ୍ତୀ ହୋଇ ୧୮ ରନରେ ପରାସ୍ତ ହୋଇଥିଲା । କମିନସଙ୍କ ପୂର୍ବରୁ କି୍ରସ ଗେଲ, ସୁରେଶ ରାଇନା, ବୀରେନ୍ଦ୍ର ସେହ୍ୱାଗ, ସନ ମାର୍ଶ, ହାର୍ଦ୍ଧିକ ପାଣ୍ଡ୍ୟା ଓ ରାହୁଲ ତିୱତିଆ ଏକ ଓଭରରେ ୩୦ କିମ୍ବା ଅଧିକ ରନ ନେଇଛନ୍ତି ।