ଅଲମ୍ପିକ୍ସରେ ଦୂତି ଚାନ୍ଦଙ୍କ ଅଭିଯାନ ଶେଷ
ଅଲମ୍ପିକ୍ସରେ ଦୂତି ଚାନ୍ଦଙ୍କ ଅଭିଯାନ ଶେଷ
ଭୁବନେଶ୍ୱର : ଦୌଡ଼ରାଣୀ ଦୂତି ଚାନ୍ଦ ନିରାଶ କରିଛନ୍ତି । ଅଲମ୍ପିକ୍ସରେ ସେ ସେମି ଫାଇନାଲ ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇପାରିନାହାନ୍ତି । ହିଟ ୫ରେ ସେ ସପ୍ତମ ସ୍ଥାନରେ ହିଁ ସନ୍ତୁଷ୍ଟ ଅଛନ୍ତି । ଅପରପକ୍ଷରେ ଆଇଭରି କୋଷ୍ଟର ମାରି ଜୋସେ ଟା ଲୁ ସେହି ହିଟରେ ୧୦.୭୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ନୂଆ ଆଫ୍ରିକୀୟ ରେକଡର଼୍ ସ୍ଥାପନ କରିଛନ୍ତି । ସେହିପରି ଜାମାଇକାର ଇଲାଇନ ଥମ୍ପସନ ହେରାହ ଓ ସେଲି-ଆନ-ଫ୍ରାଜର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି ।
ସବୁଠାରୁ ବଡ଼ କଥା ହେଉଛି ଦୂତି ୧୧.୧୭ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ଜାତୀୟ ରେକଡର଼୍ ସ୍ଥାପନ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଅଲମ୍ପିକ୍ସରେ ସେ ଏଥିପାଇଁ ୧୧.୫୪ ସେକେଣ୍ଡ ନେଇଥିଲେ । ଯଦି ଦୂତି ଜାତୀୟ ରେକଡର଼୍ ଆଧାରରେ ଦୌଡ଼ିଥା’ନ୍ତେ ତେବେ ସେମିକୁ ଉତୀର୍ଣ୍ଣ ହୋଇପାରିଥା’ନ୍ତେ । ଦୂତିଙ୍କର ୧୦୦ ମିଟର ଅଭିଯାନ ଶେଷ ହୋଇଥିବାବେଳେ ଅଗଷ୍ଟ ୨ରେ ୨୦୦ ମିଟର ହିଟରେ ସେ ଅଂଶଗ୍ରହଣ କରିବେ ।