ଇନଷ୍ଟାଗ୍ରାମରେ ୧୦୦ ମିଲିୟନ କ୍ଲବରେ କୋହଲି

ଇନଷ୍ଟାଗ୍ରାମରେ ୧୦୦ ମିଲିୟନ କ୍ଲବରେ କୋହଲି

ଇନଷ୍ଟାଗ୍ରାମରେ ୧୦୦ ମିଲିୟନ କ୍ଲବରେ କୋହଲି
ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି । ସେ ପ୍ରଥମ ଏସୀୟ ସେଲିବି୍ରଟି ଭାବେ ୧୦୦ ମିଲିୟନ (୧୦ କୋଟି) ଅନୁଗାମୀ କ୍ଲବରେ ସାମିଲ ହୋଇଛନ୍ତି । ଏଥିସହ ସେ ପପ ଷ୍ଟାର ଡେମି ଲୋଭୋଟୋ (୯୫) ମିଲିୟନ) ଓ ବାର୍ସେଲୋନା (୯୪) କୁ ପଛରେ ପକାଇ ଦେଇଛନ୍ତି । ଏସୀୟ ସେଲିବି୍ରଟି ଭାବେ ବଲିଉଡ ଅଭିନେତ୍ରୀ ପି୍ରୟଙ୍କା ଚୋପ୍ରା (୬୦.୮ ମିଲିୟନ) ଦ୍ୱିତୀୟ ଏବଂ ଶ୍ରଦ୍ଧା କପୁର (୫୮ ମିଲିୟନ) ତୃତୀୟ ସ୍ଥାନରେ ରହିଛନ୍ତି । ଇନଷ୍ଟାଗ୍ରାମରେ ସବୁଠୁ ଲୋକପି୍ରୟ ସେଲିବି୍ରଟି ହେଉଛନ୍ତି ପର୍ତ୍ତୁଗାଲର ଷ୍ଟା ଫୁଟବଲର କି୍ରଷ୍ଟିଆନୋ ରୋନାଲ୍ଡୋ ।