ମଙ୍କିଗେଟ୍ ବିବାଦରେ ହରଭଜନଙ୍କ ସହିତ ଅନ୍ୟାୟ ହୋଇଥିଲା : କୁମ୍ବଲେ

ମଙ୍କିଗେଟ୍ ବିବାଦରେ ହରଭଜନଙ୍କ ସହିତ ଅନ୍ୟାୟ ହୋଇଥିଲା : କୁମ୍ବଲେ

ମଙ୍କିଗେଟ୍ ବିବାଦରେ ହରଭଜନଙ୍କ ସହିତ ଅନ୍ୟାୟ ହୋଇଥିଲା : କୁମ୍ବଲେ
ନୂଆଦିଲ୍ଲୀ : ଭାରତୀୟ ସ୍ପିନ୍୍ କିମ୍ବଦନ୍ତୀ ହରଭଜନ ସିଂ ଏବଂ ମଙ୍କିଗେଟ୍ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତକ୍ରାଳୀନ ଭାରତୀୟ ଅଧିନାୟକ ଅନୀଲ କୁମ୍ବଲେ ଏହି ଘଟଣା ଉପରେ ନିଜର ମତାମତ ରଖିବା ସହିତ ହରଭଜନଙ୍କ ପ୍ରତି ଅନ୍ୟାୟ କରାଯାଇଥିଲା ବୋଲି କହିଛନ୍ତି । ୨୦୦୮ ମସିହ ସିଡ୍ନୀ ଟେଷ୍ଟରେ ମଙ୍କି ଗେଟ ସ୍କାଣ୍ଡାଲକୁ ନେଇ ସେତେବେଳେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା । ତେବେ ଉକ୍ତ ମ୍ୟାଚ୍ରେ ୫ଟି ଶତକ ଏବଂ ଅଷ୍ଟ୍ରେଲିଆର ବିଜୟ ପରେ ଫ୍ୟାନ୍ ମାନେ ଏହି ଘଟଣାକୁ ଭୁଲି ଯାଇଥିଲେ । ଶୁକ୍ରବାର ରବିଚନ୍ଦ୍ରନ ଅଶ୍ୱିନଙ୍କ ସହିତ ‘ଡିଆରଏସ୍ ୱିଥ୍ ଆସ୍’ ଅବସରରେ କୁମ୍ବଲେ ଏହି ମତ ରଖିଥିଲେ । ଏହି ଘଟଣା ପାଇଁ ହରଭଜନଙ୍କୁ ୩ଟି ମ୍ୟାଚ୍ରୁ ବାସନ୍ଦ ମଧ୍ୟ କରାଯାଇଥିଲା । ହରଭଜନଙ୍କ ବାସନ୍ଦାଦେଶକୁ ଅନ୍ୟାୟ ଭାବରେ ଅଭିହିତ କରିଛନ୍ତି କୁମ୍ବଲେ ।