ମହିଳାଙ୍କ ଅନିଦ୍ରା ସମସ୍ୟା

ମହିଳାଙ୍କ ଅନିଦ୍ରା ସମସ୍ୟା

ମହିଳାଙ୍କ ଅନିଦ୍ରା ସମସ୍ୟା
ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସଂଖ୍ୟାରେ ନିଦ୍ରାହୀନତା ସମସ୍ୟାରେ ଆକ୍ରାନ୍ତ । ବିଶ୍ୱର ଅନ୍ୟପ୍ରାନ୍ତ ତୁଳନାରେ ଭାରତୀୟ ମହିଳାଙ୍କଠାରେ ଏହି ନିଦ୍ରାହୀନତା ଅସୁବିଧା ଅଧିକ ଦେଖାଯାଉଛି । କାମର ଚାପ ଅଧିକ ହୋଇଥିବା ବେଳେ କର୍ମଜୀବୀ ମହିଳା ଅଧିକ ହଇରାଣ ହେଉଛନ୍ତି । ଚିଡ଼ଚିଡାପଣ, ବିରକ୍ତ ହେବା କାରଣରୁ ଏସବୁ ନକାରାତ୍ମକ ପ୍ରଭାବ ସିଧାସଳଖ ସେମାନଙ୍କ ନିଦକୁ ପ୍ରଭାବିତ କରେ । ପ୍ରଥମ ତଥା ମୁଖ୍ୟ କଥା ହେଲା, ନିଜ ଇଚ୍ଛାକୁ ପ୍ରାଧାନ୍ୟ ଦେଇ କାମ କରନ୍ତୁ । ଅନ୍ୟକୁ ଖୁସି କରିବାକୁ ଯାଇ ନିଜେ ଅଶାନ୍ତ ହେବାର କୌଣସି ଯଥାର୍ଥ ନାହିଁ । ଏହା ସହ ନିଜ ଖାଦ୍ୟପାନୀୟକୁ ଗୁରୁତ୍ୱ ଦେବା ଉଚିତ । ଶୋଇବା ପୂର୍ବରୁ ଚା, କଫି ପାନୀୟ ପିଇବା ଅଭ୍ୟାସ ବନ୍ଦ କରନ୍ତୁ । ରାତି ଶୋଇବା ପୂର୍ବରୁ ଉଷୁମ ଖିରରେ ଜାଇଫଳ ମିଶାଇ ପିଇଲେ ଲାଭ ମିଳେ । ପାଦରେ ଉଷୁମ ସୋରିଷ ତେଲ ମାଲିସ କଲେ ଭଲ ନିଦ ହୋଇଥାଏ । ପ୍ରତିଦିନ ସକାଳେ ଜଳଖିଆରେ କଦଳୀ ଖାଇଲେ ମଧ୍ୟ ତାହା ନିଦ ହେବା ନିମନ୍ତେ ଅତ୍ୟନ୍ତ ସହାୟକ ହୋଇଥାଏ ।