ଆଇସିସି ଦିନିକିଆ ରାଙ୍କିଙ୍ଗ , ଶୀର୍ଷରେ କୋହଲି

ଆଇସିସି ଦିନିକିଆ ରାଙ୍କିଙ୍ଗ , ଶୀର୍ଷରେ କୋହଲି

ଆଇସିସି ଦିନିକିଆ ରାଙ୍କିଙ୍ଗ , ଶୀର୍ଷରେ କୋହଲି
ଦୁବାଇ : ଆଇସିସି ପକ୍ଷରୁ ଦିନିକିଆ ରାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ୮୭୦ ପଏଣ୍ଟ ସହିତ ବିରାଟ କୋହଲି ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଉପ ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରୋହିତ ଶର୍ମା ୮୪୨ ରେଟିଂ ପଏଣ୍ଟ ହାସଲ କରୁଛନ୍ତି । ବାବର ଆଜମ (୮୩୭), ରସ ଟେଲର (୮୧୮), ଆରୋନ ଫିଞ୍ଚ(୭୯୧), ଫାଫ ଡୁ ପ୍ଲେସିସ (୭୯୦), ଡେଭିଡ ୱାର୍ଣ୍ଣର (୭୭୩), କେନ ୱିଲିୟମସନ (୭୬୫), କ୍ୱିଣ୍ଟନ ଡି କକ୍ (୭୫୫) ଏବଂ ଜନି ବାୟେରେଷ୍ଟୋ (୭୫୪) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହିଛନ୍ତି ।