ଜୀବନର ଅଧିକାଂଶ ଭାଗ ଚାପଗ୍ରସ୍ତ, ଭାରାକ୍ରାନ୍ତ ଓ ଚିନ୍ତିତ ଅବସ୍ଥାରେ ଖେଳିଥିଲି : ସଚିନ ତେନ୍ଦୁଲକର

ଜୀବନର ଅଧିକାଂଶ ଭାଗ ଚାପଗ୍ରସ୍ତ, ଭାରାକ୍ରାନ୍ତ ଓ ଚିନ୍ତିତ ଅବସ୍ଥାରେ ଖେଳିଥିଲି : ସଚିନ ତେନ୍ଦୁଲକର

ଜୀବନର ଅଧିକାଂଶ ଭାଗ ଚାପଗ୍ରସ୍ତ, ଭାରାକ୍ରାନ୍ତ ଓ ଚିନ୍ତିତ ଅବସ୍ଥାରେ ଖେଳିଥିଲି : ସଚିନ ତେନ୍ଦୁଲକର
୧୦-୧୨ ବର୍ଷ ଚିନ୍ତାରେ ଖେଳିଥିଲେ ସଚିନ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସଫଳତମ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ବି ନିଜ ଖେଳ ଜୀବନର ଅଧିକାଂଶ ଭାଗ ଚାପଗ୍ରସ୍ତ, ଭାରାକ୍ରାନ୍ତ ଓ ଚିନ୍ତିତ ଅବସ୍ଥାରେ ଖେଳିଥିଲେ । ଏକଥାକୁ ସଚିନ ସୋମବାର ନିଜେ ସ୍ୱୀକାର କରିଛନ୍ତି । ଖେଳ ଜୀବନର ୨୪ ବର୍ଷ ମଧ୍ୟରୁ ମୁଁ ୧୦-୧୨ ବର୍ଷ ଚିନ୍ତାଗସ୍ତ ଅବସ୍ଥାରେ ଖେଳିଥିଲି । ମ୍ୟାଚ ପାଇଁ ସର୍ବଦା ପ୍ରାକ ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ ବୋଲି ସଚିନ କହିଛନ୍ତି । କୋଭିଡ ସମୟରେ ମାନସିକ ସ୍ୱାସ୍ଥ୍ୟ ପ୍ରମୁଖ ଭୂମିକା ତୁଲାଉଥିବା ବେଳେ ସଚିନ କହିଛନ୍ତି ଗ୍ରହଣୀୟତା ଚାବିକାଠି । ‘ବିଗତ ବର୍ଷଗୁଡ଼ିକରୁ ମୁଁ ଅନୁଭବ କରିଛି ମ୍ୟାଚ ପାଇଁ ଶାରୀରିକ ପ୍ରସ୍ତୁତି ସହିତ ମାନସିକ ପ୍ରସ୍ତୁତି ବି ଅତ୍ୟନ୍ତ ଆବଶ୍ୟକ । ପଡ଼ିଆ ଭିତରକୁ ପ୍ରବେଶ କରିବାର ବହୁ ପୂର୍ବରୁ ମୁଁ ମାନସିକ ପ୍ରସ୍ତୁତି କରିସାରିଥାଏ । ଉକ୍ରଣ୍ଠାର ସ୍ତର ବି ବହୁ ଉଚ୍ଚ ଥାଏ’ ବୋଲି ସଚିନ ପ୍ରକାଶ କରିଛନ୍ତି । ଖେଳ ଜୀବନ ଭିତରୁ ମୁଁ ୧୦୧୨ ବର୍ଷ ଏଭଳି ଅନୁଭବ କରିଛି ଏବଂ ମ୍ୟାଚ ପୂର୍ବ ରାତିରେ ଶୋଇ ପାରିନଥିଲି । ପରେ ମୁଁ ଗ୍ରହଣ କରି ନେଇଥିଲି ଯେ ଏହା ମଧ୍ୟ ପ୍ରସ୍ତୁତିରେ ଏକ ଅଂଶବିଶେଷ । ଫଳରେ ଶୋଇ ପାରୁନଥିବା ରାତିରେ କିଛି ଭିନ୍ନ କରି ମାନସିକ ଶାନ୍ତି ଆଣିବାକୁ ଚେଷ୍ଟା କରିଥାଏ । ଏହା ମଧ୍ୟରେ ଛାୟା ବ୍ୟାଟିଂ, ଟିଭି ଦେଖିବା, ଭିଡିଓ ଗେମ ଖେଳିବା ଆଦି ସାମିଲ ରହିଥାଏ । ଏପରିକି ମ୍ୟାଚ ସକାଳେ ଚା’ କରିବା, ନିଜ ପୋଷାକ ଆଇରନ କରିବା, ମ୍ୟାଚ ପୂର୍ବଦିନ ମୁଁ ମୋ ବ୍ୟାଗ ମଧ୍ୟ ପ୍ୟାକ କରି ସାରିଥାଏ । ଏସବୁ ମୋତେ ମୋ ଭାଇ ଶିଖାଇଥିଲେ । ଭାରତ ପାଇଁ ଶେଷ ମ୍ୟାଚ ଖେଳିବା ପର୍ଯ୍ୟନ୍ତ ମୁଁ ଏହି ଅଭ୍ୟାସ ଜାରି ରଖିଥିଲି ବୋଲି ସଚିନ କହିଛନ୍ତି । ୪୮ ବର୍ଷୀୟ ସଚିନ ୨୦୧୩ ମସିହାରେ ମୁମ୍ବାଇରେ ନିଜ ୨୦୦ତମ ଟେଷ୍ଟ୍ ମ୍ୟାଚ ସହିତ ଅବସର ନେଇଥିଲେ । ନିକଟରେ କୋଭିଡରୁ ମୁକ୍ତି ପାଇଥିବା ସଚିନ ମଧ୍ୟ ସୋମବାର ନିଜ ସାକ୍ଷାତକାର ଅବସରରେ ଅକ୍ଲାନ୍ତ ପରିଶ୍ରମ କରୁଥିବା କରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।