ବିଶ୍ୱକପ ବିଜୟପରେ ସଚିନଙ୍କୁ କାନ୍ଧରେ ବସାଇ ବୁଲାଇବା ରହସ୍ୟ ଖୋଲିଲେ କୋହଲି

ବିଶ୍ୱକପ ବିଜୟପରେ ସଚିନଙ୍କୁ କାନ୍ଧରେ ବସାଇ ବୁଲାଇବା ରହସ୍ୟ ଖୋଲିଲେ କୋହଲି

ନୂଆଦିଲ୍ଲୀ: ୨୦୧୧ରେ ଭାରତୀୟ କି୍ରକେଟ ଦଳ ଦିନିକିଆ ବିଶ୍ୱକପ ଚମ୍ପିଆନ ହୋଇଥିଲା । ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତା କରିଥିଲା । ବିଶ୍ୱକପ ଜିତିବା ପରେ ଭାରତୀୟ କି୍ରକେଟ ଦଳର ସଦସ୍ୟ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କାନ୍ଧରେ ବସାଇ ପଡ଼ିଆ ସାରା ବୁଲାଇଥିଲେ । ଏପରି କରିବା କାରଣ ସମ୍ପର୍କରେ ସୂଚନା ଦେଇଛନ୍ତି ବର୍ତ୍ତମାନ ଭାରତୀୟ ଦଳରେ ଅଧିନାୟକ ଥିବା ବିରାଟ କୋହଲି । ସାଥୀ କି୍ରକେଟର ମୟଙ୍କ ଅଗ୍ରୱାଲଙ୍କ ସହ ଆଲୋଚନା କାଳରେ ତେନ୍ଦୁଲକର କହିଥିଲେ ତେନ୍ଦୁଲକର ନିଜ କ୍ୟାରିୟରର ଶେଷ ବିଶ୍ୱକପ ଖେଳୁଥିବା ସେତେବେଳେ ଦଳର ସବୁ ସଦସ୍ୟ ଜାଣିଥିଲେ । ତେଣୁ ଦଳ ବିଶ୍ୱକପ ଜିତିବା ପରେ ତାଙ୍କୁ କାନ୍ଧରେ ବସାଇ ପଡ଼ିଆ ସାରା ବୁଲାଇବାକୁ ସମସ୍ତେ ନିଷ୍ପତ୍ତି ନେଇଥିଲେ । ତେନ୍ଦୁଲକରଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଏପରି କରାଯାଇଥିଲା । ତେନ୍ଦୁଲକର ଜଣେ ମହାନ କି୍ରକେଟର, ସେ ନିଜ ବ୍ୟାଟିଂ ବଳରେ ଭାରତକୁ ଅନେକ ମ୍ୟାଚ ଜିତାଇଥିଲେ । ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ହେବାକୁ ତେନ୍ଦୁଲକରଙ୍କର ବହୁତ ଇଚ୍ଛା ଥିଲା । ୨୦୧୧ ବିଶ୍ୱକପରେ ଭାରତ ଚମ୍ପିଆନ ହେବା ପରେ ତେନ୍ଦୁଲକରଙ୍କ ଏହି ଇଚ୍ଛା ପୂରଣ ହୋଇଥିଲା । ତେନ୍ଦୁଲକର ସର୍ବଦା ଯୁବ କି୍ରକେଟରଙ୍କ ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିଥିଲେ । ତେଣୁ ଭାରତୀୟ ଦଳ ବିଶ୍ୱକପ ଜିତିବା ପରେ ତାଙ୍କୁ କାନ୍ଧରେ ବସାଇ ପଡ଼ିଆ ସାରା ବୁଲାଯାଇଥିଲା ବୋଲି କୋହଲି ସ୍ପଷ୍ଟ କରି ଦେଇଛନ୍ତି ।