ଓଡିଶାରେ ପଜିଟିଭିଟି କମୁଛି

ଓଡିଶାରେ ପଜିଟିଭିଟି କମୁଛି

ଓଡିଶାରେ ପଜିଟିଭିଟି କମୁଛି
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଓଡିଶାରେ ସଂକ୍ରମଣ କମିନଥିଲେ ବି ପଜିଟିଭିଟି ହ୍ରାସ ପାଉଛି । କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଅଗ୍ରୱାଲ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡିଶାରେ ପଜିଟିଭିଟି ହାର ଏବେ ୨୩%କୁ ଖସିଛି । ଲାକ୍ଷାଦ୍ୱୀପରେ ସର୍ବାଧିକ ୬୪.୭୭% ପଜିଟିଭିଟି ରହିଛି । ସେହିପରି ଗୋଆ ୩୭, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ପଜିଟିଭିଟି ୩୧% ରହିଛି । ସାରା ଦେଶରେ ପଜିଟିଭିଟି ହାର ୧୬.୯% ରହିଛି ।