ବନ୍ଦ ହେଲା ଟିକ୍ ଟକ୍

ବନ୍ଦ ହେଲା ଟିକ୍ ଟକ୍

ବନ୍ଦ ହେଲା ଟିକ୍ ଟକ୍
ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାରଙ୍କ ଆଦେଶ ପରେ ଗୁଗଲ ପକ୍ଷରୁ ଚୀନ ଭିଡିଓ ଆପ ଟିକଟକକୁ ଭାରତରେ ବ୍ଲକ କରିଦିଆଯାଇଛି । ଫଳରେ ଏଣିକି ଗୁଗଲ ପ୍ଲେ ଷ୍ଟୋରରୁ ଆଉ ଟିକଟକ ଆପକୁ ଡାଉନଲୋଡ କରାଯାଇପାରିବ ନାହିଁ । ଭାରତରେ କୋଟି କୋଟି ଯୁବପିଢିଙ୍କ ନିକଟରେ ଟିକଟକ ଆପ ଲୋକପ୍ରିୟତା ହାସଲ କରିପାରିଥିଲା । କିନ୍ତୁ ଏହି ଆପରେ ଅଶ୍ଳୀଳ ବାର୍ତ୍ତା ଓ ଅନୁଚିତ ସାମଗ୍ରୀ ଉବଲବ୍ଧ ହେବାରୁ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଏହା ଉପରେ ଚିନ୍ତାବ୍ୟକ୍ତ କରିବା ସହ ଟିଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟ ୁପରେ ସ୍ଥଗିତାଦେଶ ଦେବାକୁ ମନା କରିଦେବା ପରେ କେନ୍ଦ୍ର ସରକାର ପ୍ଲେ ଷ୍ଟୋରରୁ ଟିକଟକ ଆପ ହଟାଇବାକୁ ଗୁଗଲ ଏବଂ ଆପଲକୁ ନିଦେ୍ର୍ଧଶ ଦେଇଥିଲେ । ଏବେ ଗୁଗଲ ପ୍ଲେଷ୍ଟୋରରୁ ଟିକଟକ ଆପକୁ ହଟାଇ ଦେଇଛି ।