ଚିଟଫଣ୍ଡ ସଂଶୋଧନ ବିଲକୁ ମଂଜୁରୀ

ଚିଟଫଣ୍ଡ ସଂଶୋଧନ ବିଲକୁ ମଂଜୁରୀ

ଚିଟଫଣ୍ଡ ସଂଶୋଧନ ବିଲକୁ ମଂଜୁରୀ
ନୂଆଦିଲ୍ଲୀ:କେନ୍ଦ୍ର ବ୍ୟାବିନେଟ୍ ଚିଟଫଣ୍ଡ ବିଲ୍ ସଂଶୋଧନ ପ୍ରସ୍ତାବକୁ ମଂଜୁରୀ କରିଛନ୍ତି । ବିଲକୁ ସଂସଦରେ ଉପସ୍ଥାପନ ପାଇଁ କ୍ୟାବିନେଟ ମଂଜୁରୀ ଦେଇଛି । ବିଲରେ ଚିଟଫଣ୍ଡ ନିବେଶକଙ୍କ ଅର୍ଥ ସୁରକ୍ଷା ପାଇଁ ବ୍ୟବସ୍ଥା ରହିଛି । ବିଲରେ ଅନେକ କିଛି ପରିବର୍ତନ କରାଯାଇଛି । ପଂଜୀକୃତ ଚିଟଫଣ୍ଡ ସଂସ୍ଥାଙ୍କ ହ୍ରାସ କରିବାକୁ ଏହି ବିଲରେ ବହୁ ବ୍ୟବସ୍ଥା ହୋଇଛି । ଇସ୍ରୋର ଲିଆସନିଂ ୟୁନିଟ ମସ୍କୋରେ ହେବ ବୋଲି କ୍ୟାବିନେଟ ମଂଜୁରୀ ଦେଇଛି । ମହାକାଶ ଗବେଷଣା ବିକାଶ ପାଇଁ ବଲିଭିଆ ସହ ଇସ୍ରୋ ଚୁକ୍ତିକୁ ବି ମଂଜୁରୀ ମିଳିଛି । ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି କରିବାକୁ କ୍ୟାବିନେଟ ମଂଜୁରୀ ଦେଇଛି ।