ଅଧିନାୟକ ଦଳର ସବୁଠୁ କମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ : ରୋହିତ ଶର୍ମା
ଅଧିନାୟକ ଦଳର ସବୁଠୁ କମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ : ରୋହିତ ଶର୍ମା
admin
Aug 5, 2020 - 11:39
Updated: Aug 5, 2020 - 11:39
ମୁମ୍ବାଇ : ଭାରତୀୟ ଦିନିକିଆ ଦଳର ଉପ ଅଧିନାୟକ ରୋହିତ ଶର୍ମା ଅଧିନାୟକତ୍ୱକୁ ନେଇ ନିଜ ଅଭିଜ୍ଞତା ପ୍ରକାଶ କରିଛନ୍ତି । ଭାରତୀୟ ଦିନିକିଆ ଏବଂ ଟି ୨୦ ଦଳର ଅବିଚ୍ଛେଦ୍ୟ ଅଙ୍ଗ ରହିଥିବା ରୋହିତ ଆଇପିଏଲ୍ ପୂର୍ବରୁ ଏହି ମନ୍ତବ୍ୟ ଦେଇଛନ୍ତି । ଅଧିନାୟକ ଟିମ୍ର ସବୁଠାରୁ କମ୍ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ରୋହିତ ମତ ଦେଇଛନ୍ତି । ଏମ୍ ଏସ୍ ଧୋନୀଙ୍କୁ ଭାରତର ଶ୍ରେଷ୍ଠ ଅଧିନାୟକ କୁହାଯାଉଥିବା ବେଳେ ରୋହିତ ଆଇପିଏଲ୍ରେ ଚାରିଥର ମୁମ୍ବାଇକୁ ଚାମ୍ପିୟନ୍ କରାଇଛନ୍ତି । ତେବେ କୋହଲିଙ୍କ ଉପସ୍ଥିତିରେ କମ୍୍ ଥର ଭାରତୀୟ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଛନ୍ତି ରୋହିତ । ତେବେ ସେହି ସମୟରେ ମଧ୍ୟ ନିଜର ନେତୃତ୍ୱ ନେବାର ଶୈଳୀ କାରଣରୁ ଅନେକଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି ରୋହିତ ।
ଅଧିନାୟକ ହେବା ସମୟରେ ଦଳ ଏବଂ ଅନ୍ୟ ଖେଳାଳି ଅଧିନାୟକଙ୍କ ଅପେକ୍ଷା ଗୁରୁତ୍ୱ ରଖିଥାନ୍ତି । ତେବେ ଭିନ୍ନ ଖେଳାଳିଙ୍କ ପାଇଁ ଏହି ଅଭିଜ୍ଞତା ଭିନ୍ନ ରହିଥାଏ, ହୁଏତ ଅନ୍ୟ ଅଧିନାୟକଙ୍କ ପାଇଁ ଏହା ଅଲଗା ହୋଇଥାଏ ମାତ୍ର ମୋ ପାଇଁ ଏହି ପ୍ରକ୍ରିୟା କାମ କରିଥାଏ ବୋଲି ରୋହିତ ପ୍ରକାଶ କରିଛନ୍ତି । ତେବେ ବିଭିନ୍ନ ସମୟରେ ଅନେକ ପୂର୍ବତନ ଖେଳାଳି ରୋହିତଙ୍କ ଅଧିନାୟକତ୍ୱକୁ ସମର୍ଥନ କରିବାର ନଜିର ରହି ଆସିଛି । ନିକଟରେ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ରୋହିତଙ୍କ ନିକଟରେ ଧୋନୀଙ୍କ ପ୍ରତିଛବି ଦେଖିବାକୁ ମିଳେ ବୋଲି ମତ ଦେଇଥିଲେ ।