୭୪ ତମ ସ୍ୱାଧୀନତା ଦିବସରେ ବିଭିନ୍ନ କ୍ରୀଡାବିତଙ୍କ ଶୁଭେଚ୍ଛା
୭୪ ତମ ସ୍ୱାଧୀନତା ଦିବସରେ ବିଭିନ୍ନ କ୍ରୀଡାବିତଙ୍କ ଶୁଭେଚ୍ଛା
admin
Aug 15, 2020 - 07:49
Updated: Aug 15, 2020 - 07:49
ନୂଆଦିଲ୍ଲୀ : ଦେଶ ବ୍ରାପୀ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ ଏକାଧିକ କ୍ରୀଡାବିତ ଦେଶବାସୀଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଅଲମ୍ପିକ୍ସ ପଦକ ବିଜୟିନୀ ସାକ୍ଷୀ ମଲ୍ଲିକ, ସୁନୀଲ ଛେତ୍ରୀ ପ୍ରମୁଖ ଟ୍ୱିଟ୍ଟର ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।
ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ,ଦେଶବାସୀଙ୍କୁ ଭଗବାନ ସୁରକ୍ଷିତ ରଖନ୍ତୁ ଏବଂ ଯେଉଁମାନେ ମହାମାରୀ ସମୟରେ ନିଜର ପରିବାରଠୁ ଦୂରରେ ରହି ଆମର ସୁରକ୍ଷାରେ ବ୍ୟସ୍ତ ଅଛନ୍ତି ସେମାନଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ବୋଲି ଭାରତୀୟ ଅଧିନାୟକ କୋହଲି ଟ୍ୱିଟ୍ କରିଛନ୍ତି । ଆମ ଦେଶର ବିବିଧତା ହିଁ ଆମର ଶକ୍ତି ଏହାକୁ ନେଇ ଆମକୁ ସଶକ୍ତ ହେବା ଉଚିତ । ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ବୋଲି ଫୁଟବଲର ସୁନୀଲ ଛେତ୍ରୀ ଟ୍ୱିଟ କରିଛନ୍ତି । ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନରୁ ଆମେ ଆଜି ସ୍ୱାଧୀନ, ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ବୋଲି ଅଲମ୍ପିକ୍ସ ପଦକ ବିଜୟିନୀ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଟ୍ୱିଟ୍ କରିଥିଲେ । ଏମାନଙ୍କ ବ୍ୟତିତ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର, ଟେନିସ ଷ୍ଟାର ସାନିଆ ମିର୍ଜା, ସୁମିତ ନାଗଲ, ଜ୍ୱାଲା ଗୁଟ୍ଟା ଏବଂ ରୋହିତ ଶର୍ମା ମଧ୍ୟ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ ।