ବିଶ୍ୱର ସର୍ବବୃହତ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍

ବିଶ୍ୱର ସର୍ବବୃହତ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍

 ବିଶ୍ୱର ସର୍ବବୃହତ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଅନ୍ତର୍ଜାତୀୟ  ଟେଷ୍ଟ  ମ୍ୟାଚ୍
ଅହମଦାବାଦ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ ଚେନ୍ନାଇରେ ୧-୧ ହେବା ପରେ ଆଜିଠୁ ମୋଟେରାରେ ନବ ନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଖେଳାଯିବ ତୃତୀୟ ଟେଷ୍ଟ । ଏହି ଟେଷ୍ଟ ପିଙ୍କ୍‌ ବଲରେ ଖେଳାଯିବ । ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ମ୍ୟାଚ୍‌ଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍‌ରେ ଉଭୟ ଦଳକୁ ଭଲ କରିବାକୁ ହେବ । ସର୍ଦ୍ଦାର ପଟେଲ ଷ୍ଟାଡିୟମ ବିଶ୍ୱର ସର୍ବବୃହତ କ୍ରିକେଟ୍‌ ଷ୍ଟାଡିୟମ । ଯାହାର ଦର୍ଶକ ଧାରଣ କ୍ଷମତା ୧ ଲକ୍ଷ ୧୦ ହଜାର । ଷ୍ଟାଡିୟମରେ ଯେଉଁଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି ତାହା ବିଶ୍ୱର ଅନ୍ୟ କେଉଁ ଷ୍ଟାଡିୟମରେ ଉପଲବ୍ଧ ନୁହଁ । ନୂଆ ଷ୍ଟାଡିୟମରେ ଆଜି ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ ।ଏହି ମ୍ୟାଚ୍‌ ଦେଖିବା ପାଇଁ ବହୁ ପୂର୍ବରୁ ୫୦ ପ୍ରତିଶତ ଟିକେଟ୍‌ ବିକ୍ରି ସରିଛି । ମ୍ୟାଚ୍‌ ଆଜି ଅପରାହ୍ଣ ୨.୩୦ ମିନିଟରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହେବା ପରେ ଭାରତ ଦ୍ୱିତୀୟ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସିରିଜ୍‌ ବରାବର କରିଥିଲା ।