ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ


ନାଗପୁର :ଆଜିଠାରୁ  ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ।  ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବ। ନିକଟ ଅତୀତରେ ଉପମହାଦେଶରେ ଅଷ୍ଟ୍ରେଲିଆ ଦଳର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ଏହା ଘରୋଇ ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାକୁ ଡ୍ର ରଖି ପାରିଥିଲା। ହେଲେ ଅଷ୍ଟ୍ରେଲିଆର ପ୍ରକୃତ ଅଗ୍ନିପରୀକ୍ଷା ହେବ ଘରୋଇ ଭାରତ ବିପକ୍ଷରେ ଖେଳିବା। ୨୦୧୬-୧୭ରୁ ଅଦ୍ୟାବଧି କ୍ରମାଗତ ୩ଟି ଟେଷ୍ଟ ଶୃଙ୍ଖଳା ଭାରତ ଜିତିପାରିଛି। ୨୦୧୬-୧୭ରେ ଭାରତ ଘରୋଇ ମାଟିରେ ଶୃଙ୍ଖଳା ଜିତିଥିଲା। ତେବେ ନିଜମାଟିରେ ଭାରତଠାରୁ କ୍ରମାଗତ ୨ଟି ଶୃଙ୍ଖଳା ହାରିବା ଅଷ୍ଟ୍ରେଲିଆ ପାଇଁ ଶକ୍ତ ଧକ୍କା ହୋଇଛି। ଏହାର ପ୍ରତିଶୋଧ ଲକ୍ଷ୍ୟରେ ଭାରତୀୟ ଦଳ ରହିଛି। ୬ ବର୍ଷ ହେଲା ବର୍ଡର-ଗାଭାସ୍କର ଟ୍ରଫି ଭାରତ ପାଖରେ ରହିଛି। ଘରୋଇମାଟିରେ ଭାରତ ଖେଳୁଥିବାରୁ କ୍ରମାଗତ ୪ ଥର ଭାରତ ଶୃଙ୍ଖଳା ଜିତିବାକୁ ଫେଭରିଟ୍‌। ଅନ୍ୟପକ୍ଷରେ ୧୯ ବର୍ଷ ପରେ ଭାରତରେ ଟେଷ୍ଟ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ରହିଛି।

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ପୂର୍ବରୁ ସେମିଫାଇନାଲ କହିଲେ ଅତ୍ୟୁକ୍ତି ହେବନାହିଁ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ପାଟ୍‌ କମିନ୍ସଙ୍କ କଙ୍ଗାରୁ ଟିମ୍‌ । ପ୍ରଥମେ ବୋଲିଂ କରିବ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଟେଷ୍ଟ ଡେବ୍ୟୁ କରିବେ ସୂର୍ୟ୍ୟକୁମାର ଯାଦବ ।
ଭାରତର ଏକଦଶ : ରୋହିତ ଶର୍ମା (ଅଧିନାୟକ), ଲୋକେସ ରାହୁଲ, ଚେତେଶ୍ବର ପୁଜାରା, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, କେଏସ୍‌ ଭରତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ଓ ମହମ୍ମଦ ସିରାଜ

ଅଷ୍ଟ୍ରେଲିଆ ଏକାଦଶ : ଡେଭିଡ୍‌ ଓ୍ବାର୍ଣ୍ଣର, ଉସମାନ ଖାଓ୍ବାଜା, ମାର୍ନସ୍‌ ଲାବୁସେନ, ଷ୍ଟିଭ୍‌ ସ୍ମିଥ୍‌, ମାଟ୍‌ ରେନସ, ପିଟର୍‌ ହ୍ୟାଣ୍ଡସକମ୍ବ, ଆଲେକ୍ସ କ୍ୟାରି, ପାଟ୍‌ କମିନ୍ସ (ଅଧିନାୟକ), ନାଥାନ୍‌ ଲାୟନ, ଟୋଡ୍‌ ମର୍ଫି, ସ୍କଟ୍‌ ବୋଲାଣ୍ଡ