ଆଇପିଏଲ ଆୟୋଜନରୁ ବିସିସିଆଇକୁ ମିଳିଛି କେତେ ଟଙ୍କା, ଜାଣିବା ପାଇଁ ପଢନ୍ତୁ ପୁରା ଖବର
ଆଇପିଏଲ ଆୟୋଜନରୁ ବିସିସିଆଇକୁ ମିଳିଛି କେତେ ଟଙ୍କା, ଜାଣିବା ପାଇଁ ପଢନ୍ତୁ ପୁରା ଖବର
admin
Nov 23, 2020 - 09:57
Updated: Nov 23, 2020 - 09:57
ମୁମ୍ବାଇ : ଭାରତରେ କରୋନା ସଙ୍କଟ ଜାରି ରହିଥିବା ବେଳେ ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲକୁ ଦୁବାଇରେ ଆୟୋଜିତ କରିବାର ନିଷ୍ପତ୍ତି ନେଇଥିଲା ବିସିସିଆଇ । ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ହାସଲ କରିଥିଲା । ଚଳିତ ଥରର ଆଇପୀଏଳରୁ ବିସିସିଆଇ ପ୍ରାୟ ୪ ହଜାର କୋଟି ଟଙ୍କା ଆୟ କରିଛି । ଯାହାକି ୨୦୧୯ର ଆୟ ଠାରୁ ୨୫ ପ୍ରତିଶତ ଅଧିକ । ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ୬୦ଟି ମ୍ୟାଚ ଖେଳାଯାଇଥିଲା । ୬୦ଟି ମ୍ୟାଚରେ ସମୁଦାୟ ୧୮୦୦ ବ୍ୟକ୍ତିଙ୍କର ୩୦ ହଜାର ଆରଟିପିସିଆର ଟେଷ୍ଟ କରାଯାଇଥିଲା ।
ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୂମାଲ ଏହି ସୂଚନା ପ୍ରଦାନ କରିଛନ୍ତି । ଆଇପିଏଲ ସମାପ୍ତ ହେବା ପରେ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଧୂମାଲ । କରୋନା ପରବର୍ତ୍ତୀ ସମୟରେ ଆୟୋଜିତ ଏହି ବୃହତର ଟୁର୍ଣ୍ଣାମେଣ୍ଟକୁ ବିସିସିଆଇ ସଫଳତାର ସହିତ ଆୟୋଜନ କରିଥିବା ବେଳେ ଅନେକ ରେକର୍ଡ ସୃଷ୍ଟି କରିଛି । ତେବେ କେଉଁଥିରୁ କେତେ ଅର୍ଥ ଆସିଛି ତାହା ଧୂମାଲ ସ୍ପଷ୍ଟ କରି ନାହାନ୍ତି । ଏହା ସହିତ ଷ୍ଟାର ସହିତ ହୋଇଥିବା ୧୬୩୪୭ କୋଟିର ରାଜିନାମା ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳିନଥିଲା । ବିଗତ ବର୍ଷ ଅପେକ୍ଷା ୩୫ ପ୍ରତିଶତ ଖର୍ଚ୍ଚ କମ ହୋଇଥିବା ବେଳେ ଟିଭିରେ ୨୫ ପ୍ରତିଶତ ଅଧିକ ଲୋକ ଏହି ଟୁର୍ଣ୍ଣାମେଣ୍ଟଟିକୁ ଦେଖିଛନ୍ତି ।
ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଶ୍ରୀଲଙ୍କା ଏବଂ ୟୁଏଇ ରାଜି ହୋଇଥିବା ବେଳେ ୟୁଏଇକୁ ପ୍ରାଥମିକତା ଦିଆଯାଇଥିଲା । ପ୍ରତି ଟିମ୍ରେ ଅନ୍ୟୁନ ୪୦ ଜଣିଆ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ରହୁଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସରେ ୧୫୦ରୁ ଅଧିକ ସଦସ୍ୟ ରହିଥିଲେ । ପତ୍ୟେକ ଖେଳାଳିଙ୍କ ରହିବା ପାଇଁ ହୋଟେଲ ବ୍ୟତିତ ବିସିସିଆି ପକ୍ଷରୁ ୨୦୦ ଅତିରିକ୍ତ ରୁମ୍ ବୁକ କରାଯାଇଥିଲା । ଖେଳାଳିଙ୍କ ଆଇସୋଲେସନ ପାଇଁ ଏହି ରୁମ ଗୁଡିକ ବୁକ କରାଯାଇଥିଲା ।