କରୋନା ମୁକାବିଲା ପାଇଁ ୩ ରାଜ୍ୟକୁ ଗଲେ କେନ୍ଦ୍ରୀୟ ଟିମ

କରୋନା ମୁକାବିଲା ପାଇଁ ୩ ରାଜ୍ୟକୁ ଗଲେ କେନ୍ଦ୍ରୀୟ ଟିମ

କରୋନା ମୁକାବିଲା ପାଇଁ ୩ ରାଜ୍ୟକୁ ଗଲେ କେନ୍ଦ୍ରୀୟ ଟିମ
ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦେଖି କେନ୍ଦ୍ର ସରକାର ୩ଟି ରାଜ୍ୟ ଯଥା ପଞ୍ଜାବ, ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶକୁ କେନ୍ଦ୍ରୀୟ ଟିମ ପଠାଇଛନ୍ତି । ଏହି ୩ଟି ରାଜ୍ୟରେ ଘରେ ଏକାନ୍ତବାସରେ କିମ୍ବା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସକି୍ରୟ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୫,୨୦୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୧ ହଜାରରୁ ଅଧିକ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଗତ ତିନି ଦିନ ମଧ୍ୟରୁ ଦୁଇ ଦିନ ହେଲା କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ଅଧିକ । ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ଟପି ଯାଇଛି ।