ଜମ୍ମୁ-କଶ୍ମୀରରେ ୫ ବର୍ଷରେ ୮୩୮ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀରରେ ୫ ବର୍ଷରେ ୮୩୮ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀରରେ ୫ ବର୍ଷରେ ୮୩୮ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ : ୨୦୧୮ରେ ଜମ୍ମୁ କଶ୍ମୀରକୁ ସବୁଠୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଏହା ସବୁଠୁ ଅଧିକ । ପାକିସ୍ତାନୀ ଆତଙ୍କବାଦୀ ୨୦୧୮ରେ ଜମ୍ମୁ କଶ୍ମୀରକୁ ୩୨୮ ଥର ଅନୁପ୍ରବେଶ ଉଦ୍ୟମ କରିଛନ୍ତି ଏବଂ ଏଥି ମଧ୍ୟରୁ ୧୪୩ଟି ଅନୁପ୍ରବେଶ ଉଦ୍ୟମ ସଫଳ ହୋଇଛି ବୋଲି ଗୃହ ମନ୍ତ୍ରାଳୟର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି । ମନ୍ତ୍ରାଳୟର ୨୦୧୮-୧୯ ରିପୋର୍ଟରୁ ଜଣାପଡ଼ିଛି ଯେ ଗତ ବର୍ଷ ଜମ୍ମୁ କଶ୍ମୀରରେ ସମୁଦାୟ ୬୧୪ ଆତଙ୍କବାଦୀ ଆକ୍ରମଣରେ ୨୫୭ ଆତଙ୍କବାଦୀ ନିହତ ହୋଇଥିବାବେଳେ ୯୧ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ଏବଂ ୩୯ ନାଗରିକଙ୍କର ମୃତୁ୍ୟ ହୋଇଛି । ବିଗତ ୫ ବର୍ଷରେ ମୋଟ ୮୩୮ ଜଣ ଆତଙ୍କବାଦୀ ନିପାତ ହୋଇଥିବା ରିପୋର୍ଟରେ କୁହାଯାଇଛି । ୨୦୧୭ ରେ ୪୧୯ ଥର ସୀମାପାର ଅନୁପ୍ରବେଶ ଉଦ୍ୟମ ହୋଇଥିବା ବେଳେ ଏଥି ମଧ୍ୟରୁ ୧୩୬ଟି ସଫଳ ହୋଇଥିଲା । ୨୦୧୬ରେ ୩୭୧ ଅନୁପ୍ରବେଶ ଉଦ୍ୟମ ହୋଇଥିବା ବେଳେ ଏଥି ମଧ୍ୟରୁ ୧୧୯ଟି ସଫଳ ହୋଇଥିଲା । ୨୦୧୫ରେ ସମୁଦାୟ ୧୨୧ ଥର ଅନୁପ୍ରବେଶ ଉଦ୍ୟମ ହୋଇଥିବା ବେଳେ ୩୩ଟି ସଫଳ ହୋଇଥିଲା । ସେହିପରି ୨୦୧୪ରେ ୨୨୨ ଅନୁପ୍ରବେଶ ଉଦ୍ୟମ ହୋଇଥିଲା ଏବଂ ଏଥିରୁ ୬୫ଟି ସଫଳ ହୋଇଥିଲା ବୋଲି ଗୃହ ମନ୍ତ୍ରାଳୟର ବାର୍ଷିକ ରିପୋର୍ଟରେ କୁହାଯାଇଛି । ଅନ୍ୟପକ୍ଷେ ୨୦୧୭ରେ ଜମ୍ମୁ କଶ୍ମୀରରେ ୩୪୨ ଆତଙ୍କବାଦୀ ଆକ୍ରମଣରେ ୮୦ ସୁରକ୍ଷା କର୍ମୀ ସହିଦ ହୋଇଥିବା ବେଳେ ୪୦ ନାଗରିକଙ୍କ ମୃତୁ୍ୟ ହୋଇଛି ଏବଂ ୨୧୩ ଆତଙ୍କବାଦୀ ନିପାତ ହୋଇଥିଲେ । ୨୦୧୬ରେ ୩୨୨ ଆତଙ୍କବାଦୀ ଆକ୍ରମଣରେ ୧୫ ନାଗରିକଙ୍କ ମୃତୁ୍ୟ ହୋଇଥିବା ବେଳେ ୮୨ ଯବାନ ସହିଦ ହୋଇଛନ୍ତି ଏବଂ ୧୫୦ ଆତଙ୍କବାଦୀ ନିପାତ ହୋଇଛନ୍ତି । ୨୦୧୫ରେ ୨୦୮ ଆତଙ୍କବାଦୀ ଆକ୍ରମଣରେ ୧୭ ନାଗରିକଙ୍କ ମୃତୁ୍ୟ ହୋଇଥିବା ବେଳେ ୩୯ ଯବାନ ସହିଦ ହୋଇଛନ୍ତି ଏବଂ ୧୦୮ ଆତଙ୍କବାଦୀ ନିପାତ ହୋଇଛନ୍ତି । ୨୦୧୪ରେ ଜମ୍ମୁ କଶ୍ମୀରରେ ୨୨୨ ଆତଙ୍କବାଦୀ ଆକ୍ରମଣରେ ୨୮ ନାଗରିକଙ୍କ ମୃତୁ୍ୟ ହୋଇଥିଲା, ୪୭ ଯବାନ ସହିଦ ହୋଇଥିଲେ ଏବଂ ୧୧୦ ଆତଙ୍କବାଦୀ ନିପାତ ହୋଇଥିଲେ । ଜମ୍ମୁ କଶ୍ମୀରରେ ୧୯୯୦ରେ ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ ହେବା ଦିନରୁ ମାର୍ଚ୍ଚ ୩୧,୨୦୧୯ ପର୍ଯ୍ୟନ୍ତ ୧୪,୦୨୪ ନାଗରିକଙ୍କ ମୃତୁ୍ୟ ହୋଇଛି ଏବଂ ୫,୨୭୩ ଯବାନ ସହିଦ ହୋଇଛନ୍ତି ବୋଲି ଗୃହ ମନ୍ତ୍ରାଳୟ ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି ।