ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୩୩୩

ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୩୩୩

ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୩୩୩
ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି ୯ଜଣଙ୍କର ମୃତ୍ୟୁହୋଇଛି । ସମ୍ବଲପୁରରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ ୨, ଗଞ୍ଜାମ,କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସମ୍ବଲପୁରରୁ ମୃତ୍ୟୁବରଣ କରିଥିବା ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଦୁଇଜଣ ମହିଳା ରହିଛନ୍ତି । ମୃତ ମହିଳାଙ୍କ ବୟସ ଯଥାକ୍ରମେ ୬୫ ଓ ୫୦ ବର୍ଷ ହୋଇଥିବାବେଳେ ପୁରୁଷଙ୍କ ବୟସ ୭୪ ଓ ୭୮ ବର୍ଷ ବୋଲି ସୂଚନା ରହିଛି । ସେହିପରି କଟକରୁ ମୃତ୍ୟୁବରଣ କରିଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୩କୁ ବୃଦ୍ଧି ପାଇଥିବାବେଳେ ଗଞ୍ଜାମରେ ଏହି ସଂଖ୍ୟା ୧୫୨କୁ ବୃଦ୍ଧି ହୋଇଛି । ସେହିପରି କଟକରେ ୧୬, ସମ୍ବଲପୁରରେ ୭, କେଉଁଝରରେ ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି ହୋଇଥିବାବେଳେ ନୟାଗଡରେ ଏହା ୯କୁ ବୃଦ୍ଧି ହୋଇଛି ।